ETV Bharat / international

ଆମେରିକାରେ ଆଖି ବୁଜିଲେ 3 ଭାରତୀୟ ମହିଳା - Three Indians killed in US

author img

By ETV Bharat Odisha Team

Published : Apr 27, 2024, 3:44 PM IST

Three Indians killed in US
Three Indians killed in US

Three Indians killed in US: ଆମେରିକାରେ ଅକାଳରେ ଆଖି ବୁଜିଲେ 3 ଭାରତୀୟ ମହିଳା । କାରରେ ଯାତ୍ରା କରୁଥିବା ବେଳେ ଭୟଙ୍କର ଦୁର୍ଘଟଣାର ହୋଇଥିଲେ ଶିକାର । ଅଧିକ ପଢନ୍ତୁ

ୱାଶିଂଟନ ଡିସି: ଆମେରିକାରେ ଆଖି ବୁଜିଲେ 3 ଭାରତୀୟ ମହିଳା । ମୃତ ମହିଳାମାନେ ଗୁଜୁରାଟ ଆନନ୍ଦ ଜିଲ୍ଲାର ଅଧିବାସୀ ବୋଲି ଜଣାପଡ଼ିଛି । ଏକ ଭୟଙ୍କର କାର ଦୁର୍ଘଟଣା ଯୋଗୁଁ ଏହି ଭାରତୀୟଙ୍କ ମୃତ୍ୟୁ ଘଟିଛି । କାରଟି ଦ୍ରୁତ ଗତିରେ ଥିବାରୁ ସନ୍ତୁଳନ ହରାଇ ପ୍ରଥମେ ଡିଭାଇଡରେ ପିଟି ହୋଇ ପ୍ରାୟ 20 ଫୁଟ ଉଚ୍ଚକୁ ଉଠିଯାଇଥିଲା । ଏହାପରେ ରାସ୍ତା ସେପଟେ ଏକ ଗଛ ଉପରେ ପଡ଼ି ଖଣ୍ଡ ବିଖଣ୍ଡିତ ହୋଇଯାଇଥିଲା । ଏହି ଭୟଙ୍କର ଦୁର୍ଘଟଣାରେ କାରରେ ଥିବା 4 ଜଣଙ୍କ ମଧ୍ୟରୁ 3 ଜଣ ଭାରତୀୟ ମହିଳାଙ୍କ ଅକାଳ ବିୟୋଗ ଘଟିଛି ।

ମୃତ ମହିଳାମାନେ ହେଉଛନ୍ତି ରେଖାବେନ ଦିଲ୍ଲୀପଭାଇ ପଟେଲ, ସଙ୍ଗୀତାବେନ ଭବେଶଭାଇ ପଟେଲ ଓ ମନୀଷାବେନ ରାଜେନ୍ଦ୍ରଭାଇ ପଟେଲ । ଏମାନେ ସମସ୍ତେ ଗୁଜୁରାଟ ଆନନ୍ଦ ଜିଲ୍ଲା ବୋରସାଦ ତହସିଲ ଅଧୀନ ଏକ ଅଞ୍ଚଳର ଅଧିବାସୀ ଥିଲେ । ଦୁର୍ଘଟଣାଟି ସାଉଥ କ୍ୟାରୋଲିନାର ଗ୍ରୀନଭିଲ୍ଲେରେ ଘଟିଛି । ଏଠାକାର ଜଣେ ଅଧିକାରୀଙ୍କ କହିବାନୁସାରେ, "ଏକ SUV କାର୍‌ ଉତ୍ତର ପାର୍ଶ୍ବରୁ ହାଇୱେ ଉପରେ ଯାତ୍ରା କରୁଥିଲା । ହେଲେ ହଠାତ କାରଟି ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହେବା ପରେ ପ୍ରାୟ 20 ଫୁଟ ଉଚ୍ଚକୁ ଉଠିଯାଇଥିଲା । ଏହାପରେ ରାସ୍ତା ସେପଟେ ଥିବା ଏକ ପୋଲ ନିକଟ ଗଛ ଉପରେ ପଡ଼ିଥିଲା । ତାଙ୍କର କାରର ଗତି ସ୍ବାଭାବିକଠାରୁ ବେଶ ଅଧିକ ଥିଲା ।"

ଏହା ବି ପଢନ୍ତୁ- ୟେମେନରେ କେରଳ ନର୍ସଙ୍କୁ ମୃତ୍ୟୁଦଣ୍ଡ, ଝିଅ ସୁରକ୍ଷା ପାଇଁ ମା'ର ବିଦେଶ ଗସ୍ତ

ଗଛରେ ଲାଖିଥିବା କାରକୁ ଉଦ୍ଧାର କରାଯାଇଛି । କାରର ଅନ୍ୟ ଭଙ୍ଗା ଅଂଶ ଗୁଡ଼ିକ ଏଣେତେଣେ ପଡ଼ିଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଏହି ଘଟଣା ସମ୍ପର୍କରେ ଖବର ପାଇବା ପରେ ସଙ୍ଗେ ସଙ୍ଗେ ଏକ ଏମରଜେନ୍ସି ରେସପନ୍ସ ଟିମ, ସାଉଥ କ୍ୟାରୋଲିନା ହାଇୱେ ପାଟ୍ରୋଲିଂ ଟିମ, ଅଗ୍ନିଶମ ବାହିନୀ ଓ ଉଦ୍ଧାରକାରୀ ଟିମ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଏହି ଦୁର୍ଘଟଣାରେ ଅନ୍ୟ କୌଣସି ଯାନର ସମ୍ପୃକ୍ତି ନାହିଁ ବୋଲି ଅଧିକାରୀଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି । କାରଟି କ୍ଷିପ୍ର ଗତି ଦୁର୍ଘଟଣାର କାରଣ ବୋଲି ସେ କହିଛନ୍ତି ।

ଏହି ଦୁର୍ଘଟଣାରେ ଅନ୍ୟ ଜଣଙ୍କ ଜୀବନ ବଞ୍ଚିଯାଇଛି । ତେବେ ସେ ଭାରତୀୟ କି ସ୍ଥାନୀୟ ବାସିନ୍ଦା ସେ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ନାହିଁ । ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ନିକଟସ୍ଥ ହସ୍ପିଟାଲରେ ଉକ୍ତ ବ୍ୟକ୍ତିଙ୍କୁ ଭର୍ତ୍ତି କରାଯାଇଛି । ଦୁର୍ଘଟଣାରେ ପ୍ରାଣ ହରାଇଥିବା ଭାରତୀୟଙ୍କ ପରିବାରବର୍ଗଙ୍କୁ ଏ ନେଇ ମଧ୍ୟ ସୂଚିତ କରାଯାଇଥିବା ସାଉଥ କ୍ୟାରୋଲିନାର ସ୍ଥାନୀୟ ପ୍ରଶାସନଙ୍କ ପକ୍ଷରୁ ସୂଚନା ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.