ETV Bharat / entertainment

ମେକଅପ ରୁମରେ ବନ୍ଦ କରିଥିଲେ; ନିର୍ମାତା କୁନ୍ଦନ ସିଂଙ୍କ ନାଁରେ ନିର୍ଯାତନା ଅଭିଯୋଗ ଆଣିଲେ ଅଭିନେତ୍ରୀ କ୍ରିଷ୍ଣା - Krishna Mukherjee

author img

By ETV Bharat Odisha Team

Published : Apr 30, 2024, 10:30 AM IST

TV Actor Krishna Mukherjee Alleges Harassment: ଟେଲିଭିଜନ ଶୋ 'ଶୁଭ ଶଗୁନ୍' ଶୋ'ର ନିର୍ମାତା କୁନ୍ଦନ ସିଂଙ୍କ ନାଁରେ ନିର୍ଯାତନା ଅଭିଯୋଗ । ଶୋ'ର ଅଭିନେତ୍ରୀ କ୍ରିଷ୍ଣା ମୁଖାର୍ଜୀ କୁନ୍ଦନ ସିଂଙ୍କ ଉପରେ ଏହି ଆଣିଯୋଗ କରିଛନ୍ତି । ଏଥିସହ ସେ ବକେୟା ଦେୟ ତାଙ୍କୁ ପ୍ରଦାନ କରି ନଥିବା ମଧ୍ୟ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ

ନିର୍ମାତା କୁନ୍ଦନ ସିଂଙ୍କ ନାଁରେ ନିର୍ଯାତନା ଅଭିଯୋଗ ଆଣିଲେ ଅଭିନେତ୍ରୀ କ୍ରିଷ୍ଣା ମୁଖାର୍ଜୀ
ନିର୍ମାତା କୁନ୍ଦନ ସିଂଙ୍କ ନାଁରେ ନିର୍ଯାତନା ଅଭିଯୋଗ ଆଣିଲେ ଅଭିନେତ୍ରୀ କ୍ରିଷ୍ଣା ମୁଖାର୍ଜୀ

ହାଇଦ୍ରାବାଦ: ଟିଭି ଶୋ' 'ଶୁଭ ଶଗୁନ'ରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଅଭିନେତା କ୍ରିଷ୍ଣା ମୁଖାର୍ଜୀ ଏହି ଶୋ’ର ନିର୍ମାତା କୁନ୍ଦନ ସିଂଙ୍କ ଉପରେ ନିର୍ଯାତନା ଅଭିଯୋଗ ଆଣିଛନ୍ତି । ଏଥିସହ ମୁଖାର୍ଜୀ ଏହା ମଧ୍ୟ ଦାବି କରିଛନ୍ତି ଯେ ଏହି ଶୋ’ରେ ତାଙ୍କ କାମ ପାଇଁ କୁନ୍ଦନ ତାଙ୍କୁ ତାଙ୍କ ବକେୟା ଦେୟ ଦେବାରେ ବିଫଳ ହୋଇଛନ୍ତି । ଅଭିନେତ୍ରୀ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଏହି ସୂଚନା ଦେଇଛନ୍ତି ।

କ୍ରିଷ୍ଣାଙ୍କ କହିବାକୁ ଅନୁସାରେ, ଯେତେବେଳେ ସେ 'ଶୁଭ ଶଗୁନ' ଶୋ' କରିବା ଆରମ୍ଭ କରିଥିଲେ । ସେତେବେଳେ ତାଙ୍କ ପାଇଁ ବେଶ କଠିନ ସମୟ ରହିଥିଲା । ଏହି ଶୋ'ରେ କାମ କରିବାର ନିର୍ଣ୍ଣୟ ପାଇଁ ଭୁଲ ଥିଲା ବୋଲି ମନେ କରନ୍ତି । ସେ ଏଥିପାଇଁ ସବୁବେଳେ ଅନୁତାପ କରନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ପ୍ରଡକ୍ସନ ହାଉସ ଏବଂ କୁନ୍ଦନ ଦ୍ୱାରା ସେ ନିର୍ଯାତନାର ଶିକାର ହୋଇଛନ୍ତି । ସେ ଅସୁସ୍ଥ ଥିବା ସମୟରେ ତାଙ୍କୁ ମେକଅପ ରୁମରେ ବନ୍ଦ ମଧ୍ୟ କରାଯାଇଥିଲା ଏବଂ ତାଙ୍କ ଶୋ'ରେ କାମର ଟଙ୍କା ମଧ୍ୟ ଦେଇନଥିବାରୁ ସେ ଏହି ଶୋ' କୁ ଛାଡିଦେଇଛନ୍ତି ।

ମୁଖାର୍ଜୀ ନିଜ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ତାଙ୍କର କଷ୍ଟଦାୟକ ଅନୁଭୂତି ବିଷୟରେ ବର୍ଣ୍ଣନା କରିଛନ୍ତି । ତାଙ୍କୁ ଅନେକ ଥର ଧମକ ମଧ୍ୟ ଦିଆଯାଇଥିଲା । ପୁରା ସମୟ ସେ ଅସୁରକ୍ଷିତ ଏବଂ ଭୟଭୀତ ଅନୁଭବ କରୁଥିଲେ । ଏଥିସହ ଏହି ପ୍ରସଙ୍ଗରେ ସେ ଅନେକ ଲୋକଙ୍କୁ ସାହାଯ୍ୟ ମଧ୍ୟ ମାଗିଥିବା ଦାବି କରିଛନ୍ତି, କିନ୍ତୁ ଏ ବିଷୟରେ କେହି କିଛି କରିନାହାନ୍ତି । ଲୋକମାନେ ମୋତେ ପଚାରନ୍ତି ମୁଁ କାହିଁକି କୌଣସି ଶୋ କରୁନାହିଁ? ଏହା ହେଉଛି କାରଣ । ମୁଁ ଭୟଭୀତ ଅଛି ଯଦି ସମାନ ଘଟଣା ପୁଣି ଘଟେ ତେବେ ମୁଁ କ'ଣ କରିବି? ଅଭିନେତ୍ରୀ ଲେଖିଛନ୍ତି ଯେ ମୁଁ ନ୍ୟାୟ ଚାହୁଁଛି ।

ଏହା ମଧ୍ୟ ପଢନ୍ତୁ: ବେଆଇନ ଆଇପିଏଲ ଷ୍ଟ୍ରିମିଂ ମାମଲା; ସାଇବର ସେଲରେ ହାଜର ହେଲେନି ତମନ୍ନା, ମାଗିଲେ ସମୟ

ସେପଟେ କୁନ୍ଦନ ସିଂ ଏହି ଅଭିଯୋଗକୁ ଅସ୍ୱୀକାର କରି ଏହାକୁ ମିଥ୍ୟା ଏବଂ ଅମୂଲ୍ୟ ବୋଲି କହିଛନ୍ତି । ମୁଖାର୍ଜୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି । ଅନ୍ୟପଟେ ସୋସିଆଲ ମିଡିଆରେ ଏବେ କ୍ରିଷ୍ଣାଙ୍କ ଏହି ପୋଷ୍ଟ ବେଶ ଭାଇରାଲ ହେବାରେ ଲାଗିଛି । କଳାକାର ସମେତ ଫ୍ୟାନ୍ସ ତାଙ୍କୁ ସମର୍ଥନ କରିଛନ୍ତି । ଅଭିନେତ୍ରୀ ସୁରଭୀ ଚାନ୍ଦନା, ଶ୍ରଦ୍ଧା ଆର୍ଯ୍ୟ, ଅଭିକା ଗୋର, ଆଦିତ୍ୟ ଭାଟିଆ, ଅବିନାଶ ମିଶ୍ରା, ପବିତ୍ରା ପୁନିଆ ଏବଂ ନୀନା କୁଲକର୍ଣ୍ଣିଙ୍କ ସମେତ ଅନେକ କଳାକାର ମୁଖାର୍ଜୀଙ୍କୁ ସମର୍ଥନ କରିବା ସହ ତାଙ୍କର ସାହସିକତାକୁ ପ୍ରଶଂସା କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.