ETV Bharat / bharat

ସଲମାନଙ୍କ ଘର ଆଗରେ ଗୁଳିମାଡ ଘଟଣା, 2 ଅଭିଯୁକ୍ତ ଗିରଫ - Firing Outside Salman Khan House

author img

By ETV Bharat Odisha Team

Published : Apr 16, 2024, 10:07 AM IST

Updated : Apr 16, 2024, 10:49 AM IST

ସଲମାନଙ୍କ ଘର ଆଗରେ ଗୁଳିମାଡ ଘଟଣା, 2 ଅଭିଯୁକ୍ତ ଗିରଫ
ସଲମାନଙ୍କ ଘର ଆଗରେ ଗୁଳିମାଡ ଘଟଣା, 2 ଅଭିଯୁକ୍ତ ଗିରଫ

Salman Khan House Firing Incident: ଅଭିନେତା ସଲମାନ ଖାନଙ୍କ ବାସଭବନ ବାହାରେ ଗୁଳିମାଡ଼ ଘଟଣାରେ ମୁମ୍ବାଇ କ୍ରାଇମବ୍ରାଞ୍ଚର ସଫଳତା । ଏଥିରେ ସମ୍ପୃକ୍ତ ଥିବା ଅଭିଯୋଗରେ ଗୁଜୁରାଟରୁ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଅଧିକ ପଢନ୍ତୁ

ସଲମାନଙ୍କ ଘର ଆଗରେ ଗୁଳିମାଡ ଘଟଣା, 2 ଅଭିଯୁକ୍ତ ଗିରଫ

ହାଇଦ୍ରାବାଦ: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଘର ବାହାରେ ଗୁଳିମାଡ଼ ଘଟଣା । ରବିବାର ଦିନ ଭୋର ସକାଳେ ଘଟିଥିବା ଏହି ଘଟଣା ମୁମ୍ୱାଇରେ ହଇଚଇ ସୃଷ୍ଟି କରିଥିବା ବେଳେ ପୋଲିସ ଏବଂ କ୍ରାଇମବ୍ରାଞ୍ଚ ଏହାର ତଦନ୍ତ ଆରମ୍ଭ କରିଥିଲା । ବର୍ତ୍ତମାନ କ୍ରାଇମବ୍ରାଞ୍ଚକୁ ଏକ ବଡ ସଫଳତା ମିଳିଛି । ମୁମ୍ବାଇ କ୍ରାଇମବ୍ରାଞ୍ଚ ଗୁଳି ଚଳାଇଥିବା 2 ଅଭିଯୁକ୍ତଙ୍କୁ ଗିରଫ କରିଛି । ମୁମ୍ବାଇ ପୋଲିସର ସୂଚନା ଅନୁସାରେ ଗୁଜୁରାଟର ଭୁଜ ଜିଲ୍ଲାରୁ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

ଦୁଇଜଣ ଅଭିଯୁକ୍ତ କିଏ?

ଆଜି ଅର୍ଥାତ୍ ଘଟଣାର ଦୁଇ ଦିନ ପରେ କ୍ରାଇମବ୍ରାଞ୍ଚ ଗୁଳି ଫୁଟାଇଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଏବେ ସେମାନଙ୍କୁ ପଚରାଉଚରା ଚାଲିଛି । ସୂଚନାନୁସାରେ, ଉଭୟ ଅଭିଯୁକ୍ତଙ୍କ ନାମ ବିକି ଗୁପ୍ତା ଏବଂ ସୁନୀଲ ପାଲ । ଉଭୟ ଅଭିଯୁକ୍ତ ବିହାରର ଚମ୍ପରନ୍ ଜିଲ୍ଲାର ବାସିନ୍ଦା । ଫେବୃଆରୀ ମାସରେ ଦୁହେଁ ମୁମ୍ବାଇ ଆସିଥିଲେ ଏବଂ ସେବେଠାରୁ ସେମାନେ ଫାୟାରିଂ କରିବାକୁ ଯୋଜନା କରିଥିଲେ ।

କେବେଠାରୁ ଉଭୟ ଏହି ଘଟଣା ପାଇଁ ଯୋଜନା କରୁଥିଲେ?

ସୂଚନା ମୁତାବକ, ବିକି ଏବଂ ସୁନୀଲ ଫେବୃଆରୀ ମାସରେ ମୁମ୍ବାଇ ଆସିଥିଲେ । ଅଭିଯୁକ୍ତମାନେ ସେଣ୍ଟ୍ରାଲ ମୁମ୍ବାଇର ଏକ ହୋଟେଲରେ ରୁମ ନେଇଥିଲେ ଏବଂ ସେବେଠାରୁ ସେମାନେ ସଲମାନ ଖାନଙ୍କ ଘର ଅର୍ଥାତ୍ ଗାଲାକ୍ସି ଆପାର୍ଟମେଣ୍ଟ ଉପରେ ନଜର ରଖିଥିଲେ । କିଛି ଦିନ ପରେ ଉଭୟ ଅଭିଯୁକ୍ତ ପାନଭେଲର ହରିଗ୍ରାମ ଗାଁର ରାଧା କୃଷ୍ଣ ସୋସାଇଟିରେ ଏକ ଫ୍ଲାଟରେ ରହିବାକୁ ଲାଗିଲେ । ସେ ପନଭେଲରୁ ମୁମ୍ବାଇ ଆସି ସଲମାନ ଖାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟ ଉପରେ ନଜର ରଖିଥିଲେ ।

ସୂତ୍ରରୁ ପ୍ରକାଶ ଯେ, ଅଭିଯୁକ୍ତମାନେ ସେମାନଙ୍କ ଫ୍ଲାଟ ପାଇଁ ଚୁକ୍ତିନାମା ମଧ୍ୟ କରିନାହାଁନ୍ତି । ଦୁହେଁ 25ରୁ 30 ହଜାର ଟଙ୍କାରେ ଘରକୁ ଭଡା ନେଇଥିଲେ । 24 ହଜାର ଟଙ୍କାରେ ଏକ ବାଇକ୍ କିଣିଥିଲେ ହେଲେ ବାଇକ୍ ପାଇଁ ସମ୍ପୂର୍ଣ୍ଣ ଅର୍ଥ ଦେଇନଥିବା ପୋଲିସ କହିଛି । ପରେ ରବିବାର ଦିନ ଅଭିଯୁକ୍ତ ଦୁହେଁ ସଲମାନଙ୍କ ଘର ବାହାରେ ଗୁଳିମାଡ଼ କରି ଗୁଜୁରାଟକୁ ପଳାଇଯାଇଥିଲେ । ଯାହାଙ୍କୁ ବର୍ତ୍ତମାନ ଗିରଫ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: ସଲମାନଙ୍କ ଘର ବାହାରେ ଗୁଳିମାଡ଼ ଘଟଣା; ଆମେରିକାରେ ମାସେ ଧରି ଚାଲିଥିଲା ପ୍ଲାନିଂ

ଅଭିଯୁକ୍ତମାନେ କାହା ସହ ସଂଯୁକ୍ତ?

ଏହି ଘଟଣା ପରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୌଇଙ୍କ ଭାଇ ଅନମୋଲ ବିଷ୍ଣୁ ଏହି ଘଟଣା ପାଇଁ ଦାୟୀ ବୋଲି କହିଥିଲା । ଅନମୋଲ ଏକ ଫେସବୁକ ପୋଷ୍ଟ କରି ସଲମାନଙ୍କୁ ଏହା କେବଳ ଏକ ଟ୍ରେଲର ବୋଲି ଚେତାବନୀ ଦେଇଥିଲା । ସୂଚନାନୁସାରେ,ବିଷ୍ଣୌଇ ହିଁ ସଲମାନଙ୍କୁ ହତ୍ୟା କରିବା ପାଇଁ ତାଙ୍କ ସୁଟର ପଠାଇଥିଲା । ପୋଲିସ ଅଧିକାରୀ କହିଛନ୍ତି ଯେ, ବିଷ୍ଣୌଇର ପୋଷ୍ଟ ପାଇଁ ଭିପିଏନ୍ (ଭର୍ଚୁଆଲ୍ ପ୍ରାଇଭେଟ ନେଟୱାର୍କ) ବ୍ୟବହାର କରାଯାଇଥିଲା । ଏହି ପୋଷ୍ଟର IP ଠିକଣା ପର୍ତ୍ତୁଗାଲର ବୋଲି ଜଣାପଡିଛି ।

ଲରେନ୍ସ ବିଷ୍ଣୌଇ ପକ୍ଷରୁ ପୂର୍ବରୁ ବି ସଲମାନଙ୍କୁ ମିଳିଛି ହତ୍ୟା ଧମକ:- ଗତ ନଭେମ୍ବର ମାସରେ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୌଇ ସଲମାନ ଖାନଙ୍କୁ ହତ୍ୟା ଧମକ ଦେଇଥିବା ଖବର ସାମ୍ନାକୁ ଆସିଥିଲା । ଏହାପରେ ଆକ୍ସନ ମୋଡକୁ ଆସିଥିଲା ମୁମ୍ବାଇ ପୋଲିସ । ଭାଇଜାନଙ୍କୁ ମୁମ୍ବାଇ ପୋଲିସ ତରଫରୁ Y ପ୍ଲସ ସୁରକ୍ଷା ପ୍ରଦାନ କରାଯାଇଥିଲା । ଲରେନ୍ସ ଏକ ଫେସବୁକ ପୋଷ୍ଟରେ ପରୋକ୍ଷରେ ସଲମାନଙ୍କୁ ହତ୍ୟା ଧମକ ଦେଇଥିଲା । ତେବେ ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ତାଙ୍କ ସହ କଥା ହୋଇଥିଲେ ଏବଂ ମୁମ୍ୱାଇ ପୋଲିସକୁ ସଲମାନଙ୍କ ସୁରକ୍ଷା ବ୍ୟବସ୍ଥା କଡାକଡି କରିବାକୁ ପରାମର୍ଶ ଦେଇଥିଲେ । ଏହା ପରେ ଏବେ ଅଭିନେତାଙ୍କ ଏବଂ ତାଙ୍କ ଘର ବାହାରେ ସୁରକ୍ଷା ବ୍ୟବସ୍ଥା ଆହୁରି କଡାକଡି କରାଯାଇଛି ।

Last Updated :Apr 16, 2024, 10:49 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.