ETV Bharat / bharat

ସିମ୍ବଲ ଲୋଡିଂ ୟୁନିଟରେ ସଂଶୋଧନ ଆଣିଲେ ନିର୍ବାଚନ ଆୟୋଗ - EC Revises Protocol

author img

By ETV Bharat Odisha Team

Published : May 1, 2024, 10:17 PM IST

EC Revises Protocol
EC Revises Protocol

EC Revises Protocol: ସିମ୍ବଲ ଲୋଡିଂ ୟୁନିଟରେ କରାଗଲା ସଂଶୋଧନ । ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶ ପରେ ଆସିଛି ନୂଆ ପ୍ରୋଟୋକଲ । ଅଧିକ ଜାଣନ୍ତୁ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ନିର୍ବାଚନ ଆୟୋଗଙ୍କ ପଦକ୍ଷେପ । ସିମ୍ବଲ ଲୋଡିଂ ୟୁନିଟରେ କରାଗଲା ସଂଶୋଧନ । ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶ ପରେ ନୂତନ ପ୍ରୋଟୋକଲ ଆଣିଛନ୍ତି ନିର୍ବାଚନ କମିଶନ । ମତଦାନ ପରେ ମେସିନ ସବୁକୁ ଏକ କଣ୍ଟେନରେ ରଖାଯାଇ ସିଲ କରାଯିବ । ନିର୍ବାଚନ କର୍ତ୍ତୃପକ୍ଷ କହିଛନ୍ତି, ସିମ୍ବଲ ଲୋଡିଂ ୟୁନିଟ୍ (SLU)ର ପରିଚାଳନା ଏବଂ ସଂରକ୍ଷଣ ପାଇଁ ନୂତନ ପ୍ରୋଟୋକଲ୍ ୟୁନିଟ କାର୍ଯ୍ୟକାରୀ ହେବ । ଏଥିପାଇଁ ଆବଶ୍ୟକୀୟ ଭିତ୍ତିଭୂମି ତଥା ବ୍ୟବସ୍ଥା ସୃଷ୍ଟି କରିବାକୁ ସମସ୍ତ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଆଜି (ବୁଧବାର) ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ, ସମସ୍ତ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନୂତନ ପ୍ରୋଟୋକଲ ଅନୁଯାୟୀ ଭିତ୍ତିଭୂମି ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସିମ୍ବଲ ଲୋଡିଂ ୟୁନିଟ୍ (SLU) ହେଉଛି ଏକ ମେମୋରୀ ୟୁନିଟ । ଯାହା ମାଧ୍ୟମରେ ନିର୍ବାଚନର ପ୍ରତିଦ୍ବନ୍ଦିତା କରୁଥିବା ପ୍ରାର୍ଥୀଙ୍କ ନାମ ଏବଂ ଦଳୀୟ ସଂକେତ ପେପର ଟ୍ରୋଲ ମେସିନରେ ଅପଲୋଡ ହୋଇଥାଏ ।

ସୂଚନା ଅନୁସାରେ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପୂର୍ବରୁ ସିମ୍ବଲ ଲୋଡିଂ ୟୁନିଟ୍ (SLU)କୁ ସ୍ଥାନୀୟ ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରାଯାଉଥିଲା । ହେଲେ ଏଥିରେ ପରିବର୍ତ୍ତନ କରାଯାଇଛି । ଜଷ୍ଟିସ ଖାନ୍ନାଙ୍କ ଗଠିତ ଖଣ୍ଡପୀଠ ରାୟ ଦେଇଥିଲେ ଯେ, ସିମ୍ବଲ ଲୋଡ୍ କରୁଥିବା ଷ୍ଟୋର ୟୁନିଟରୁ ୪୫ ଦିନ ପର୍ଯ୍ୟନ୍ତ ସଂରକ୍ଷଣ କରି ରଖାଯାଉ । ଯେହେତୁ ନିର୍ବାଚନ ସରିବାର ୪୫ ଦିନ ମଧ୍ୟରେ ନିର୍ବାଚନକୁ ଚ୍ୟାଲେଞ୍ଜ କରି ଆବେଦନ ଦାୟର କରାଯିବାର ମଧ୍ୟ ସମ୍ଭାବନା ରହିଛି । ଏହାକୁ ନଜରରେ ରଖି ଇଭିଏମ ଓ ଚିଠାକୁ ୪୫ଦିନ ପର୍ଯ୍ୟନ୍ତ ସୁରକ୍ଷିତ ରଖାଯାଇଥାଏ । ଯଦି କୌଣସି ବ୍ୟକ୍ତିବିଶେଷ କୋର୍ଟରେ ଚ୍ୟାଲେଞ୍ଜ କରନ୍ତି, ସେହି ସମୟରେ କୋର୍ଟ ରିପୋର୍ଟ ମାଗିଲେ ସଂରକ୍ଷିତ ରଖାଯାଇଥିବା ଏହି ରେକର୍ଡକୁ କୋର୍ଟରେ ଉପସ୍ଥାପନ କରାଯାଏ ।

ଏହା ବି ପଢନ୍ତୁ...ଇଭିଏମ-ଭିଭିପାଟ୍ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ ରାୟ, ସମସ୍ତ ଆବେଦନ ଖାରଜ - EVM VVPAT Verification

ସୁପ୍ରିମକୋର୍ଟ ଆହୁରି ମଧ୍ୟ କହିଥିଲେ ଯେ, ମାଇକ୍ରୋ କଣ୍ଟ୍ରୋଲର ୟୁନିଟ ଭେରିଫିକେସନ ପାଇଁ ଫଳାଫଳ ଘୋଷଣାର ୭ ଦିନ ଭିତରେ ଆବେଦନ କରାଯାଇପାରିବ । ଏଥିପାଇଁ ଆବେଦନକାରୀଙ୍କୁ ଧାର୍ଯ୍ୟ ଫି' ଦେବାକୁ ପଡ଼ିବ । ଯାଞ୍ଚ ପରେ ଇଭିଏମ ଟ୍ୟାମ୍ପରିଂ ହୋଇଥିବା ଜଣାପଡ଼ିଲେ ପ୍ରାର୍ଥୀ ଦାଖର କରିଥିବା ଫି ଫେରାଇ ଦିଆଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.