ETV Bharat / bharat

ଆଦିବାସୀ ହୋଇଥିବାରୁ ନିମନ୍ତ୍ରିତ ହୋଇନଥିଲେ ରାଷ୍ଟ୍ରପତି ! ରାହୁଲଙ୍କ ମନ୍ତବ୍ୟକୁ ନିନ୍ଦା କଲା ରାମ ମନ୍ଦିର ଟ୍ରଷ୍ଟ - Ram Temple

author img

By ETV Bharat Odisha Team

Published : May 1, 2024, 12:28 PM IST

ଆଦିବାସୀ ହୋଇଥିବା କାରଣରୁ ନିମନ୍ତ୍ରିତ ହୋଇନଥିଲେ ରାଷ୍ଟ୍ରପତି ! ରାହୁଲଙ୍କ ମନ୍ତବ୍ୟକୁ ନିନ୍ଦା କଲା ରାମ ମନ୍ଦିର ଟ୍ରଷ୍ଟ
ଆଦିବାସୀ ହୋଇଥିବା କାରଣରୁ ନିମନ୍ତ୍ରିତ ହୋଇନଥିଲେ ରାଷ୍ଟ୍ରପତି ! ରାହୁଲଙ୍କ ମନ୍ତବ୍ୟକୁ ନିନ୍ଦା କଲା ରାମ ମନ୍ଦିର ଟ୍ରଷ୍ଟ

Ram Mandir Rahul Gandhi Draupadi Murmu: ରାହୁଲଙ୍କ ମନ୍ତବ୍ୟକୁ ନିନ୍ଦା କଲା ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ । ସମ୍ପାଦକ ଚମ୍ପତ ରାୟ କହିଲେ, ଏପରି ବିଭ୍ରାନ୍ତିକର ମନ୍ତବ୍ୟ ସାମାଜିକ ଭେଦଭାବ ସୃଷ୍ଟିକାରୀ । ଅଧିକ ପଢନ୍ତୁ

ରାହୁଲଙ୍କ ମନ୍ତବ୍ୟକୁ ନିନ୍ଦା କଲା ରାମ ମନ୍ଦିର ଟ୍ରଷ୍ଟ

ଲକ୍ଷ୍ନୌ: ରାମ ମନ୍ଦିର ପ୍ରାଣପ୍ରତିଷ୍ଠା ସମୟରେ ରାଜନୀତି ଜୋର ଧରିଥିଲା । ମାତ୍ର କାର୍ଯ୍ୟକ୍ରମକୁ ପ୍ରାୟ 3 ମାସ ବିତିଥିଲେ ସୁଦ୍ଧା ଏବେ ନିର୍ବାଚନୀ କାର୍ଯ୍ୟକ୍ରମରେ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ରାଜନୀତି ହେବା ପରି ଅନୁଭବ ହେଉଛି । ପ୍ରାଣପ୍ରତିଷ୍ଠା ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନିମନ୍ତ୍ରଣ କରାଯାଇନଥିଲା ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦେଇଥିବା ମନ୍ତବ୍ୟକୁ ନେଇ ପ୍ରତିକ୍ରିୟା ରଖିଛି ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ । ରାହୁଲଙ୍କ ଏହି ମନ୍ତବ୍ୟ ବିଭ୍ରାନ୍ତିକର, ମିଥ୍ୟା, ଅମୁଳକ ଓ ସମାଜରେ ଭେଦଭାବ ସୃଷ୍ଟିକାରୀ ବୋଲି କହିଛନ୍ତି ଟ୍ରଷ୍ଟ ମହାସଚିବ ଚମ୍ପତ ରାୟ ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଦିବାସୀ ହୋଇଥିବା କାରଣରୁ କାର୍ଯ୍ୟକ୍ରମକୁ ତାଙ୍କୁ ନିମନ୍ତ୍ରଣ କରାଯାଇନଥିବା ନେଇ ରାହୁଲଙ୍କ ମନ୍ତବ୍ୟକୁ ନିନ୍ଦା କରିଛି ଟ୍ରଷ୍ଟ । ସମ୍ପଦକ ଚମ୍ପତ କହିଛନ୍ତି, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ କାର୍ଯ୍ୟକ୍ରମକୁ ଟ୍ରଷ୍ଟ ପକ୍ଷରୁ ନିମନ୍ତ୍ରଣ କରାଯାଇଥିଲା । କେବଳ ବିଶିଷ୍ଟ ବ୍ୟକ୍ତିବିଶେଷ ନୁହନ୍ତି ବରଂ ବିଭିନ୍ନ ଜାତି, ଅନୁସୂଚିତ ଜନଜାତି, ସାମଜିକ ବର୍ଗ ସହ ସମ୍ପୃକ୍ତ ମହାପୁରଷ, ବିଭିନ୍ନ କ୍ଷେତ୍ରରେ ଯଶକୀର୍ତ୍ତି ସୃଷ୍ଟି କରି ଭାରତର ଗୌରବ ବଢାଇଥିବା ବିଭିନ୍ନ ବ୍ୟକ୍ତିବିଶେଷ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମକୁ ନିମନ୍ତ୍ରିତ ହୋଇଥିଲେ । ମନ୍ଦିର ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକ, ଶିଳ୍ପୀମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା । ସମସ୍ତେ ମନ୍ଦିର ମଧ୍ୟରେ ରାମଲାଲାଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିବାର ସୁଯୋଗ ପାଇଥିଲେ ।

3 ମାସ ପୂର୍ବେ ଶେଷ ହୋଇଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସତ୍ୟତା ନଜାଣି ମିଥ୍ୟା ଓ ଲୋକଙ୍କୁ ବିଭ୍ରାନ୍ତ କରିବା ପରି ତଥ୍ୟ ରଖିବା ଅତ୍ୟନ୍ତ ହାସ୍ୟାସ୍ପଦ । ଏପରି ଟିପ୍ପଣୀ ସମାଜରେ ଭେଦଭାବ ସୃଷ୍ଟି କରିବା ପରି ସ୍ଥିତି ଉତ୍ପନ କରିବ ବୋଲି ଚମ୍ପତ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ :-ଦିଲ୍ଲୀର 12ରୁ ଅଧିକ ସ୍କୁଲରେ ବୋମା ଧମକ: ଖାଲି ହେଲା କ୍ୟାମ୍ପସ, ସର୍ଚ୍ଚ ଅପରେସନ ଆରମ୍ଭ - BOMB THREAT IN SCHOOL

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଚଳିତବର୍ଷ ଜାନୁୟାରୀ 22 ତାରିଖରେ ଶେଷ ହୋଇଥିବା ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମକୁ ନେଇ ସେତେବେଳେ ଶାସକ-ବିରୋଧୀ ମୁହାଁମୁହିଁ ହୋଇଥିଲେ । ଅସମ୍ପୂର୍ଣ୍ଣ ତଥା ନିର୍ମାଣାଧୀନ ମନ୍ଦିରର ପ୍ରତିଷ୍ଠା ନେଇ ପ୍ରଥମେ ବିବାଦ ଦେଖାଯାଇଥିଲ । ଏହା ପରେ ଭାରତୀୟ ଜନତା ପାର୍ଟି ଓ ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘ (ଆରଏସଏସ) ରାମ ମନ୍ଦିର ଉଦଘାଟନ କାର୍ଯ୍ୟକ୍ରମକୁ ରାଜନୈତିକ କାର୍ଯ୍ୟକ୍ରମରେ ପରିଣତ କରିଥିବା ଦର୍ଶାଇ ନିମନ୍ତ୍ରିତ କଂଗ୍ରେସ ନେତା କାର୍ଯ୍ୟକ୍ରମ ବର୍ଜନ କରିଥିଲେ । ଏବେ ନିର୍ବାଚନ ସମୟରେ ମଧ୍ୟ ଏହି ପ୍ରସଙ୍ଗରେ ଆରୋପ ପ୍ରତ୍ୟାରୋପ ତେଜିବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.