ତୃତୀୟ ଦିବସରେ ଦକ୍ଷିଣ ଓଡିଶାରେ ଚାଲିଛି ଭୋଟ ଗଣତି

By

Published : Feb 28, 2022, 7:16 PM IST

Updated : Feb 3, 2023, 8:18 PM IST

thumbnail

ବ୍ରହ୍ମପୁର/ ଗଜପତି/ଭଞ୍ଜନଗର/କନ୍ଧମାଳ: ରାଜ୍ୟରେ ଜାରି ରହିଛି ପଞ୍ଚାୟତ ନିର୍ବାଚନର ଭୋଟ ଫଳାଫଳ ଉପରେ ଗଣନା । ଯାହାରି ଉପରେ ରହିଛି ସମସ୍ତଙ୍କ ନଜର । ପ୍ରଥମ ଓ ଦ୍ବିତୀୟ ଦିନର ଭୋଟ ଗଣତି ଶେଷ ପରେ ଆଜି(ସୋମବାର) ତୃତୀୟ ଦିବସରେ ଆରମ୍ଭ ହୋଇଯାଇଛି ଗଣନା କାର୍ଯ୍ୟ । ଗଞ୍ଜାମ ଜିଲ୍ଲାରେ ପ୍ରଥମ ଓ ଦ୍ବିତୀୟ ଦିବସରେ ୨୨ଗୋଟି ବ୍ଳକରେ ଭୋଟ ଗଣନା ଜିଲ୍ଲାର ୪୪ ଗୋଟି ଜିଲ୍ଲା ପରିଷଦ ଜୋନରେ ଶେଷ ହୋଇଛି ଏହି ଗଣନା କାର୍ଯ୍ୟ । ଆଜି ଜିଲ୍ଲାର ଗଞ୍ଜାମ ବ୍ଳକକୁ ବାଦ ଦେଇ ମୋଟ ୨୧ ଗୋଟି ଜିଲ୍ଲା ପରିଷଦ ଆସନରେ ତୃତୀୟ ଦିବସରେ ୨୫ ଗୋଟି ଜିଲ୍ଲା ପରିଷଦ ଜୋନରେ ଏହି ଗଣତି କାର୍ଯ୍ୟ ଜାରି ରହିବ । ଏଥିପାଇଁ ସ୍ବତନ୍ତ୍ର ଟେବୁଲର ବ୍ୟବସ୍ଥା କରାଯାଇଛି । ଯଦି ଗତ ଦୁଇ ଦିନର ଫଳାଫଳ ଦେଖିବା ବିଜୁ ଜନତା ଦଳର ଦଳୀୟ ପ୍ରାର୍ଥୀ ଗଞ୍ଜାମର ସମସ୍ତ ୪୩ ଗୋଟି ଆସନରେ ବିଜୟୀ ହୋଇଥିବା ବେଳେ ଗୋଟିଏରେ ବିଜେପି ହାତକୁ ଯାଇଛି । ତୃତୀୟ ଦିବସରେ ଭୋଟ ଗଣନା ନିର୍ଦ୍ଧାରିତ ସମୟରେ କଡା ସୁରକ୍ଷା ମଧ୍ୟରେ ଆରମ୍ଭ ହୋଇଯାଇଛି । ସେହିପରି ଗଜପତି ଜିଲ୍ଲାରେ ପ୍ରଥମ ଓ ଦ୍ବିତୀୟ ଦିନର ଗଣନା ମଧ୍ୟ ଶେଷ ହୋଇଥିବା ବେଳେ ଜିଲ୍ଲାର ରହିଥିବା ଗୋଟିଏ ଜିଲ୍ଲା ପରିଷଦ ଆସନ ପାଇଁ ଗଣତି ହୋଇଛି ‌। ସେହିପରି ଭଞ୍ଜନଗରରେ ମଧ୍ୟ ଗଣନା ଜାରି ରହିଥିବାବେଳେ କନ୍ଧମାଳ ଜିଲ୍ଲାରେ ଗତ ଦୁଇ ଦିନରେ ସମସ୍ତ ଜିଲ୍ଲା ପରିଷଦ ଗଣନା ଶେଷ ହୋଇଛି । ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଗଜପତିରୁ ହରିହର ପଟ୍ଟନାୟକ, ଭଞ୍ଜନଗରରୁ ରଞ୍ଜନ ସ୍ବାଇଁଙ୍କ ସହ କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

Last Updated : Feb 3, 2023, 8:18 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.