ନିଆରା କାରୁକାର୍ଯ୍ୟ, ଚିତ୍ରକଳାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ

By

Published : Jul 5, 2022, 3:41 PM IST

thumbnail

କଟକ: ଚିତ୍ରଶିଳ୍ପୀଙ୍କ ତୂଳିରେ ଶୋଭା ପାଉଛି ଶ୍ରୀମନ୍ଦିର । କେବଳ ଶ୍ରୀମନ୍ଦିର କାହିଁକି ବର୍ତ୍ତମାନ ଚାଲିଥିବା ପରିକ୍ରମା ପ୍ରକଳ୍ପକୁ ମଧ୍ୟ ଚିତ୍ରିତ କରିଛନ୍ତି କଟକର ଯୁବ ଶିଳ୍ପୀ ସ୍ମୃତି ରଞ୍ଜନ ମହାନ୍ତି । ବାହାଘର କାର୍ଡ, ଆଇସକ୍ରିମ କାଠି, ଦିଆସିଲ୍ କାଠି, ସୋଲ, କାର୍ଡବୋର୍ଡ୍, ମାଳି, ରଙ୍ଗ ଆଦିକୁ ବ୍ୟବହାର କରି ପୁରୀ ଶ୍ରୀମନ୍ଦିର ଓ ମନ୍ଦିର ବେଢ଼ା ତିଆରି କରିଛନ୍ତି । ଏଥିସହ ଶ୍ରୀମନ୍ଦିର ଚାରିପଟେ ଥିବା ବେଢା, ପ୍ରାଚୀରକୁ ସ୍ଥାନ ଦେଇଛନ୍ତି ଚିତ୍ରରେ । ଯେଉଁଥିରେ ପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ସହ ଗରୁଡ ସ୍ତମ୍ଭ, ନାଟ୍ୟ ମଣ୍ଡପ, ଶ୍ରୀମନ୍ଦିର ପରିସରରେ ଥିବା ବିଭିନ୍ନ ଦେବାଦେବୀଙ୍କ ମନ୍ଦିର ଆଦି ତିଆରି କରିଛନ୍ତି ଏହି ଉଦୀୟମାନ ଯୁବଶିଳ୍ପୀ । ଦେଖନ୍ତୁ ସ୍ମୃତି ରଞ୍ଜନଙ୍କ ଆଖି ଲାଖିଲା ପରି କାରୁକାର୍ଯ୍ୟ । ଇଟିଭି ଭାରତ, କଟକ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.