Cyclone Update: ଗଞ୍ଜାମ, ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

By

Published : May 7, 2022, 12:56 PM IST

thumbnail

ଭୁବନେଶ୍ବର: ଆଜି ସ୍ପଷ୍ଟ ହେବ ସମ୍ଭାବ୍ୟ ବାତ୍ୟାର ଚିତ୍ର ଓ ଦିଗ । ଅବପାତର ରୂପ ନେବା ପରେ ଭାରତୀୟ ପାଣିପାଗ କେନ୍ଦ୍ର ସ୍ପଷ୍ଟ ସୂଚନା ଦେବ । ଏହାର ପ୍ରଭାବରେ ଉପକୂଳରେ ପ୍ରବଳ ବର୍ଷା ହେବ । ଏନେଇ 4 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଗଞ୍ଜାମ, ଖୋର୍ଦ୍ଧା, ପୁରୀ ଏବଂ ଜଗତସିଂହପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବାନେଇ ଆକଳନ କରୁଛନ୍ତି ପାଣିପାଗ ବିଶେଷଜ୍ଞ । ପବନର ବେଗ ସର୍ବାଧିକ 90 କିମି ପର୍ଯ୍ୟନ୍ତ ହୋଇପାରେ ବୋଲି ପାଣିପାଗ ବିଜ୍ଞାନୀ ଉମା ଶଙ୍କର ଦାଶ ସୂଚନା ଦେଇଛନ୍ତି । ଦକ୍ଷିଣ ଆଣ୍ଡାମାନ ସାଗର ଓ ପାର୍ଶ୍ବବର୍ତ୍ତୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ ସୃଷ୍ଟି ହୋଇଛି । ଲଘୁଚାପ କ୍ଷେତ୍ର ଅଧିକ ସକ୍ରିୟ ରହିଥିବାରୁ ଘନୀଭୂତ ହୋଇ ଆଜି ୱେଲ୍‌ ମାର୍କଡ ଲଘୁଚାପରେ ପରିଣତ ହୋଇଛି । ଆଜି ସନ୍ଧ୍ୟା ସୁଦ୍ଧା ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ଏନେଇ ଶୁଣନ୍ତୁ କଣ କହୁଛନ୍ତି ପାଣିପାଗ ବିଜ୍ଞାନୀ । ଭୁବନେଶ୍ବରରୁ ସଞ୍ଜୀବ କୁମାର ରୟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.