ଆରମ୍ଭ ହେଲା ଷୋଡ଼ଶ ଉପଚାର ପୂଜା, ସୁନା ବେଶରେ ଦର୍ଶନ ଦେଲେ ମା କଟକ ଚଣ୍ଡୀ

By

Published : Sep 17, 2022, 9:41 PM IST

thumbnail

କଟକ: ଆରମ୍ଭ ହେଲା ଷୋଡ଼ଶ ଉପଚାର ପୂଜା । ଆଜି ଅର୍ଥାତ ମୂଳାଷ୍ଟମୀଠାରୁ ଆରମ୍ଭ ହୋଇଛି ଶରତ କାଳୀନ ଶାରଦୀୟ ଦୁର୍ଗାପୂଜାର ଷୋଡଶ ଦିନାତ୍ମକ ଷୋଡଶ ଉପଚାର ପୂଜା । ଏହି ଅବସରରେ କଟକର ଅଧିଷ୍ଠାତ୍ରୀ ଦେବୀ ମା କଟକ ଚଣ୍ଡୀଙ୍କ ମନ୍ଦିରରେ ମଧ୍ୟ ଷୋଡଶ ଉପଚାର ପୂଜା ଆରମ୍ଭ ହୋଇଛି । ଆଜି ଭୋର ସମୟରୁ ରୀତିନୀତି ପୂଜା ଆରମ୍ଭ ହୋଇ ପ୍ରଥମେ ମଙ୍ଗଳ ଆଳତି ପରେ ପରେ ସ୍ନାନ, ଦୈନିକ ପୂଜା, ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା କରାଯାଇଥିଲା । ପରେ ସହସ୍ର କୁମ୍ଭାଭିଷେକ, ଅନ୍ନ ଭୋଗ, ଏବଂ ଆଳତି କରାଯାଇ ଥିଲା । ଏବଂ ଆଜି ପ୍ରଥମ ଦିନରେ ମାଙ୍କ ସୁନା ବେଶ କରାଯାଇ ଥିଲା । ତେବେ ବିଜୟା ଦଶମୀ ପର୍ଯ୍ୟନ୍ତ ମା ଭିନ୍ନ ଭିନ୍ନ ବେଶରେ ପୂଜା ପାଇବେ । ତେବେ ଏହି ବେଶକୁ ଦର୍ଶନ କରିବା ପାଇଁ କଟକର କୋଣ ଅନୁକୋଣରୁ ଛୁଟିଥିଲା ଭକ୍ତଙ୍କ ସୁଅ । ଇଟିଭି ଭାରତ, କଟକ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.