ଶ୍ରାବଣ ପ୍ରଥମ ସୋମବାର, ବାବା ଆଖଣ୍ଡଳମଣି ପୀଠରେ ୨୦ହଜାର କାଉଡିଆଙ୍କ ସମାଗମ

By

Published : Jul 18, 2022, 4:50 PM IST

thumbnail

ଭଦ୍ରକ: ଦୀର୍ଘ ୨ ବର୍ଷର କଟକଣା ପରେ କାଉଡ଼ିଆଙ୍କ ପାଇଁ ଉତ୍ସବମୁଖର ହୋଇଉଠିଛି ଶ୍ରାବଣ ମାସ । ଏହି ପବିତ୍ର ମାସର ପ୍ରଥମ ସୋମବାରରେ ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରକୁ ଜଳଲାଗି କରିବା ପାଇଁ ପୀଠରେ ପାଖାପାଖି ୨୦ ହଜାର ଭକ୍ତଙ୍କ ସମାଗମ ହୋଇଛି । କାଉଡିଆଙ୍କ ଭିଡକୁ ଦୃଷ୍ଟିରେ ରଖି ଜିଲ୍ଲା ଓ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପୀଠରେ ବିଶେଷକରି ବୈତରଣୀ, ସାଳନ୍ଦୀ ଓ ମନ୍ତେଇ ନଦୀ ପରି ବିଭିନ୍ନ ସ୍ଥାନରେ ନଦୀ ପାରି ହୋଇ ଆସୁଥିବା ନଦୀ ଘାଟକୁ ଜଗି ରହିଛନ୍ତି ଓଡ୍ରାଫ ଓ ଅଗ୍ନିଶମ ବାହିନୀ । ଅନ୍ୟପଟେ ରୀତିନୀତି ଅନୁଯାୟୀ ମନ୍ଦିରରେ ସମସ୍ତ ନୀତିକାନ୍ତି ଚାଲିଥିବା ବେଳେ କାଉଡି଼ଆଙ୍କ ଜଳଲାଗି ପାଇଁ ସ୍ବତନ୍ତ୍ର ଶ୍ରାବଣୀ ମହାଦେବଙ୍କ ମନ୍ଦିରରେ ସୁବ୍ୟବସ୍ଥା କରାଯାଇଛି । ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.