ପଲ୍ଲିଶ୍ରୀ ମେଳାରେ ମନମୋହୁଛି ହାତ ତିଆରି ସାମଗ୍ରୀ

By

Published : Jun 9, 2022, 10:23 PM IST

thumbnail

ବାଲେଶ୍ଵର: ସହରରେ 8 ତାରିଖରୁ ଆରମ୍ଭ ହୋଇଛି ପଲ୍ଲିଶ୍ରୀ ମେଳା । ଏଥିରେ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ସ୍ଥାନରୁ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ ସେମାନଙ୍କ ଉତ୍ପାଦ ସାମଗ୍ରୀ ପ୍ରଦର୍ଶନ କରିଛନ୍ତି । ସବାଇ ଘାସରେ ତିଆରି ଡାଲା, ହଟକେଶ ଆଦି ଜିନିଷ ଗ୍ରାହକ ପସନ୍ଦ କରୁଛନ୍ତି । ହାତବୁଣା ଚାନ୍ଦୁଆ, ବ୍ୟାଗ ଆଦିର ମଧ୍ୟ ଚାହିଦା ରହିଛି । ସେହିପରି ଝୋଟରେ ତିଆରି ହାତୀଘୋଡା, କଣ୍ଢେଇ ଆଦି ବେଶ ଆକର୍ଷଣୀୟ ହୋଇଛି । ମେଳାରେ 300 ଷ୍ଟଲ ଥିବା ବେଳେ ମିଶନ ଶକ୍ତିର 200ଟି ଷ୍ଟଲ ସ୍ଥାନ ପାଇଛି । ଟେରାକୋଟା ସାମଗ୍ରୀଠାରୁ ଆରମ୍ଭ କରି ମହିଳାମାନଙ୍କ ଦ୍ୱାରା ସ୍ବଦେଶୀ ଖାଦ୍ୟ ସାମଗ୍ରୀ ସହରିଆ ପସନ୍ଦ କରୁଛନ୍ତି । ଇଟିଭି ଭାରତ, ବାଲେଶ୍ୱର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.