ପ୍ରଥମ ଥର ମନ୍ତ୍ରୀହେଲେ ପ୍ରିତିରଞ୍ଜନ, ସୁକିନ୍ଦାରେ ଖୁସିର ଲହରୀ

By

Published : Jun 5, 2022, 4:14 PM IST

thumbnail

ଯାଜପୁର: ମନ୍ତ୍ରୀମଣ୍ଡଳ ଅଦଳବଦଳରେ ନବୀନଙ୍କ ନୂଆ ଟିମ୍‌ରେ ସାମିଲ ହୋଇଛନ୍ତି ସୁକିନ୍ଦା ବିଧାୟକ ପ୍ରିତିରଞ୍ଜନ ଘଡାଇ । ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ହୋଇଛନ୍ତି ପ୍ରିତିରଞ୍ଜନ । ପ୍ରଥମ ଥର ପ୍ରିତିରଞ୍ଜନ ମନ୍ତ୍ରୀ ଭାବେ ସପଥ ନେବା ପରେ ସୁକିନ୍ଦା ସମେତ କୋରେଇ ଓ ବ୍ୟାସନଗର ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ବାଣ ଫୁଟାଇ, ସମସ୍ତେ ପରସ୍ପରକୁ ମିଠା ଖୁଆଇ ଖୁସି ମନାଉଛନ୍ତି । ତେବେ ପ୍ରିତିରଞ୍ଜନଙ୍କୁ ନିଜ ମନ୍ତ୍ରୀମଣ୍ଡଳରେ ସାମିଲ କରି ଗୁରୁଦାୟିତ୍ଵ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି କୋରେଇ ଓ ସୁକିନ୍ଦାବାସୀ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.