ଶ୍ରୀଜୀଉଙ୍କ ସେବାରେ ଆଦିବାସୀ ପୂଜକ, ଚେରମୂଳିରେ ଚାଲିଛି ଉପଚାର

By

Published : Jun 19, 2022, 7:27 AM IST

thumbnail

କୋରାପୁଟ: 108 ଗରା ସୁବାସିତ ଜଳରେ ସ୍ନାନ ପରେ ଜ୍ବରରେ ପଡି ଅଣସର ପିଣ୍ଡିକୁ ବିଜେ କରିଛନ୍ତି ଚତୁର୍ଦ୍ଧାବିଗ୍ରହ । 15 ଦିନ ଧରି ବିଗ୍ରହମାନଙ୍କ ଗୁପ୍ତସେବା ନୀତି ଅନୁଷ୍ଠିତ ହେବ । ଶ୍ରୀମନ୍ଦିର ଭଳି ଦେବସ୍ନାନ ପୂର୍ଣ୍ଣିମା ରାତିଠାରୁ କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ମଧ୍ୟ ତିନି ଠାକୁର ଗୁପ୍ତ ସେବା ପାଉଛନ୍ତି । ଆଦିବାସୀ ସେବକଙ୍କ ଶ୍ରୀଜୀଉଙ୍କ ସେବା କରୁଛନ୍ତି । ପୂର୍ବପୁରୁଷଙ୍କ ପାରମ୍ପରିକ ଚିକିତ୍ସା ପଦ୍ଧତିକୁ ଆଧାର କରି ଆଦିବାସୀ ସେବକ ରାମଚନ୍ଦ୍ର ଗେମେଲ ବଣ ଜଙ୍ଗଲର ଫଳ, ଫୁଲ, ଚେରମୁଳିକୁ ବ୍ୟବହାର କରି ତିନି ଠାକୁରଙ୍କ ଉପଚାର ଆରମ୍ଭ କରିଛନ୍ତି । ଆସନ୍ତା ପନ୍ଦର ଦିନ ତିନି ଠାକୁର ଅଣସରରେ ରହୁଥିବା ଯୋଗୁଁ ମନ୍ଦିରର ପ୍ରବେଶ ଦ୍ବାର ନିକଟରେ ପଟିଦିଅଁଙ୍କୁ ପୂଜା କରାଯାଉଛି । ପରମ୍ପରା ଅନୁଯାୟୀ ବର୍ତ୍ତମାନ କେବଳ ଆଦିବାସୀ ପୂଜକଙ୍କୁ ଛାଡିଦେଲେ ସାଧାରଣ ଭକ୍ତଙ୍କ ସମେତ ଅନ୍ୟ ସମସ୍ତ ସେବକଙ୍କ ପାଇଁ ମୁଖ୍ୟ ମନ୍ଦିରର ଦ୍ବାର ବନ୍ଦ ରହିଛି । କେବଳ ପଟିଦିଅଁଙ୍କ ଦର୍ଶନ ପ୍ରାପ୍ତି ହେଉଛି ବୋଲି ମନ୍ଦିର ପରିଚାଳନା କମିଟି ସଦସ୍ୟ ଭବାନୀ ଆଚାର୍ଯ୍ୟ ସୂଚନା ପ୍ରଦାନ କରିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.