Onion Price Hike: ରାଜ୍ୟରେ ପିଆଜ ଦର ବୃଦ୍ଧି, 30ଟଙ୍କାରେ ପିଆଜ ବିକିଲା ଯୁବ କଂଗ୍ରେସ

By ETV Bharat Odisha Team

Published : Nov 4, 2023, 10:57 PM IST

thumbnail

ଯାଜପୁର: ହୁ ହୁ ହୋଇ ବଢୁଛି ପିଆଜ ଦର । ଖାଉଟିଙ୍କୁ ନାକରେ କନ୍ଦାଇଲାଣି ପିଆଜ । ଅହେତୁକ ପିଆଜ ଦର ବୃଦ୍ଧି ବିରୋଧରେ ଯୁବ କଂଗ୍ରେସର ଅଭିନବ ପ୍ରତିବାଦ । କିଲୋ ପ୍ରତି ମାତ୍ର ୩୦ଟଙ୍କାରେ ପିଆଜ ବିକିଲା ଯୁବ କଂଗ୍ରେସ ।  ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ସିଂହପୁର ଛକରେ ପିଆଜ ବିକିଲେ ଯୁବ କଂଗ୍ରେସ । ବିଞ୍ଝାରପୁର ମହିଳା କଂଗ୍ରେସ ସଭାପତି ସୁଲୋଚନା ଦାସଙ୍କ ନେତୃତ୍ୱରେ ହେଉଥିବା ଏହି ପ୍ରତିବାଦରେ ବଜାରରେ ପିଆଜ ଦର କିଲୋ ପିଛା ୬୦ଟଙ୍କାରେ ବିକ୍ରି ହେଉଥିବା ବେଳେ ମାତ୍ର ୩୦ ଟଙ୍କାରେ ପିଆଜ ବିକିଛନ୍ତି ଯୁବ କଂଗ୍ରେସ ।  

ପିଆଜ ଦର ବୃଦ୍ଧି ପାଇଁ ସରକାରଙ୍କ ଅପାରଗତାକୁ ଦାୟୀ କରିଛି ଦଳ । ରାଜ୍ୟରେ ଥିବା ଅଧାରୁ ଅଧିକ ଶୀତଳ ଭଣ୍ଡାର ବନ୍ଦ ହୋଇପଡିଛି । ଚାଷୀଙ୍କୁ ସରକାର ପିଆଜ ଚାଷ କରିବା ପାଇଁ ପ୍ରୋତ୍ସହନ ଦେଉନାହାନ୍ତି । ତେଣୁ ପିଆଜ ଚାଷରୁ ଚାଷୀ ମୁହଁ ଫେରାଉ ଥିବା ବେଳେ ଅନ୍ୟ ରାଜ୍ୟ ଉପରେ ପିଆଜ ପାଇଁ ନିର୍ଭର କରୁଛନ୍ତି ଓଡ଼ିଶାବାସୀ । ଆଗାମୀ ଦିନରେ ସରକାର ପିଆଜ ଦର ନିୟନ୍ତ୍ରଣ ନକରନ୍ତି, ତେବେ ଆନ୍ଦୋଳନ ତୀବ ହେବ ବୋଲି ଚେତାବନୀ ଦେଇଛି ବିଞ୍ଝାରପୁର ଯୁବ କଂଗ୍ରେସ । ଏହି ପ୍ରତିବାଦରେ ରାଜ୍ୟ କଂଗ୍ରେସ ସାଧାରଣ ସମ୍ପାଦକ ପଦ୍ମାକର ଗୁରୁ ଓ ରାଜ୍ୟ ଯୁବ ମହିଳା ସାଧାରଣ ସମ୍ପାଦିକା ବନିତା ଦାସ ପ୍ରମୁଖ ସାମିଲ ଥିଲେ ।  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.