ଇଞ୍ଜିନିୟରଙ୍କ ଷ୍ଟାର୍ଟଅପ୍‌ ନିଶା, ଚାକିରି ଛାଡ଼ି ବିକୁଛନ୍ତି ସୁଆଦିଆ ଇଞ୍ଜିନିୟର ସମୋସା

By

Published : Jan 28, 2023, 11:01 AM IST

Updated : Feb 3, 2023, 8:39 PM IST

thumbnail

କାନପୁର : ସମୋସା ବା ଓଡ଼ିଆରେ ଯାହାକୁ କୁହାଯାଏ ସିଙ୍ଗିଡ଼ା। ଭରପୁର ଆଳୁ ମସଲାରେ ତିଆରି ହୋଇଥିବା ଛୋଟ ଠୁ ନେଇ ବୁଢ଼ା ଲୋକଙ୍କର ବି ସମୋସା ବା ସିଙ୍ଗଡ଼ା ନାଁ ଶୁଣିଲେ ପାଟିରୁ ଆପେ ଆପେ ଲାଳ ଗଡ଼ିଯାଏ । ହେଲେ କେବେ ଶୁଣିଛନ୍ତି କି ଇଞ୍ଜିନିୟର ସମୋସା। କାନପୁର ସହରର ଏପରି ଏକ ପ୍ରତିଷ୍ଠାନ ଅଛି ଯାହା ଆଜିକାଲି ଆଲୋଚନାର ବିଷୟ ପାଲଟିଛି । 

ଏଠାରେ ଥିବା କାକାଦେଭ ଅଞ୍ଚଳରେ ଏକ ସାମୋସା ଦୋକାନ ଅଛି, ଯେଉଁଠାରେ କି ବିକ୍ରି ହେଉଛି ଇଞ୍ଜିନିୟର ସମୋସା। ଖାଲି ସେତିକି ନୁହେଁ ବିକ୍ରି ହେଉଥିବା ଇଞ୍ଜିନିୟର ସମୋସାର ବି ଭିନ୍ନ ଭିନ୍ନ ସ୍ବାଦ ଅନୁସାରେ ନା ମଧ୍ୟ ରହିଛି । ତେବେ ଏହି ଦୋକାନର ମାଲିକ ହେଉଛନ୍ତି ଇଞ୍ଜିନିୟର ଅଭିଷେକ । ଦକ୍ଷିଣ କାନପୁରର ବରୋ ପୋଲିସ ଷ୍ଟେସନ ଅଞ୍ଚଳର ବାସିନ୍ଦା । ଗତ 2020ରେ ଇଞ୍ଜିନିୟରିଂ ଅଧ୍ୟୟନ ସମାପ୍ତ କରିବାପରେ ଚାକିରି ଛାଡି ଅଭିଷେକ ଏକ ସାମୋସା ଦୋକାନ ଖୋଲିବାକୁ ସ୍ଥିର କଲେ। ଯାହା ଆଜି ତାଙ୍କୁ ଏକ ଭିନ୍ନ ପରିଚୟ ଦେଇଛି । ଯେଉଁଥିପାଇଁ ସେ ସମ୍ପୂର୍ଣ୍ଣ ସନ୍ତୁଷ୍ଟ ବି ଅଛନ୍ତି।  

ଇଞ୍ଜିନିୟର କରିବା ପରେ ବ୍ୟବସାୟ କରିବାର ଲକ୍ଷ୍ୟ :  ସମୋସାର ମାଲିକ ଅଭିଷେକ କହିଛନ୍ତି ଯେ କିଛି ଅଲଗା କରିବାକୁ ତାଙ୍କର ଇଚ୍ଛା ଥିଲା। ତେଣୁ ଚାକିରି ଛାଡି ସମୋସା ଦୋକାନ ଖୋଲିବାକୁ ସ୍ଥିର କଲେ। ଅଭିଷେକ କହିଛନ୍ତି ଯେ ଆଜି ଏହି ଷ୍ଟାର୍ଟଅପ୍ ତାଙ୍କୁ ଏକ ଭିନ୍ନ ପରିଚୟ ଦେଇଛି । ଯେଉଁଥିପାଇଁ ସେ ଏହି କାର୍ଯ୍ୟରେ ସମ୍ପୂର୍ଣ୍ଣ ସନ୍ତୁଷ୍ଟ ଅଛନ୍ତି । କାରଣ ସମୋସା ଏପରି ଏକ ଖାଦ୍ୟ, ଯାହାକୁ ସମସ୍ତେ ପସନ୍ଦ କରନ୍ତି । ଏହା କମ୍ ମୂଲ୍ୟରେ ମଧ୍ୟ ଲୋକଙ୍କୁ ପରିବେଷଣ କରାଯାଇପାରେ ।  

କଣ ରହିଛି ଜାଣନ୍ତୁ କାନପୁରର ଇଞ୍ଜିନିୟର ସାମୋସାର ବିଶେଷତ୍ତ୍ବ :  ଇଞ୍ଜିନିୟରିଂରେ ବିଭିନ୍ନ ଶାଖା ଥିବାରୁ ସେମାନଙ୍କ ମେନ୍ୟୁରେ ମଧ୍ୟ ବିଭିନ୍ନ ସାମୋସର ନାମ ଦିଆଯାଇଛି । ଯେପରିକି ବୈଦ୍ୟୁତିକ ବା electrical ସମୋସାରେ ପନିର ଏବଂ ପନିପରିବା ଥିବା ସମୋସା ରହିଛି । ସେହିଭଳି ଚକୋଲେଟ୍ ସମୋସା, ମୋମୋସ୍ ସମୋସା, ପାନେର୍ ସାମୋସା, ପାସ୍ତା ସମୋସା, ମଞ୍ଚୁରିଆନ୍ ସମୋସା, ପନିର ସମୋସା ସହିତ ଅନେକ ପ୍ରକାରର ସମୋସା ଉପଲବ୍ଧ ରହିଛି । ଏହି ସମସ୍ତ ସମୋସା ଇଞ୍ଜିନିୟରିଂର ବିଭିନ୍ନ ଶାଖା ଅନ୍ତର୍ଗତ ମେନୁରେ ଉପଲବ୍ଧ ।

ଇଟିଭି ଭାରତ, ବ୍ୟୁରୋ ରିପୋର୍ଟ

Last Updated : Feb 3, 2023, 8:39 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.