Wrestlers Protest: ମେଡାଲ ବିସର୍ଜନ ଅଭିମୁଖେ କୁସ୍ତିଯୋଦ୍ଧା, ପାର କଲେ ହରିଦ୍ବାର ସୀମା

By

Published : May 30, 2023, 7:14 PM IST

thumbnail

ଡେରାଡୁନ: ପବିତ୍ର ଗଙ୍ଗା ନଦୀରେ ମେଡାଲ ଭସାଇବା ଲାଗି ଉତ୍ତରାଖଣ୍ଡ ଅଭିମୁଖେ ଆନ୍ଦୋଳନରତ କୁସ୍ତିଯୋଦ୍ଧା । ହରିଦ୍ବାର ଗଙ୍ଗା ନଦୀରେ ନିଜ ମେଡାଲ ଭସାଇବା ନେଇ ଅଲମ୍ପିଆନ ବଜରଙ୍ଗ ପୁନିଆ ଘୋଷଣା କରି ଏବେ ହରିଦ୍ବାର ଅଭିମୁଖେ ବାହାରିଛନ୍ତି । ସେମାନଙ୍କୁ ସ୍ବାଗତ କରିବା ଲାଗି କଂଗ୍ରେସର ଅନେକ କର୍ମକର୍ତ୍ତା ଓ ଅନେକ ସାମାଜିକ ସଂଗଠନ ଅପେକ୍ଷା କରିଛନ୍ତି । ସେପଟେ କୁସ୍ତିଯୋଦ୍ଧାମାନେ କିଛି ବି ପଦକ୍ଷେପ ନେଇପାରିବେ ବୋଲି କହିଛି ପୋଲିସ । କୁସ୍ତିଯୋଦ୍ଧା ମହାସଂଘ ବ୍ରିଜଭୂଷଣ ସିଂଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିବା ପରେ କ୍ରମାଗତ ୨ମାସ ଧରି ତାଙ୍କ ଗିରଫ ଦାବି କରିଆସୁଛନ୍ତି । ହେଲେ ଏଯାବତ କୌଣସି କାର୍ଯ୍ୟାନୁଷ୍ଠାନ ନ ନିଆଯିବା ପରେ ଏପରି ନିଷ୍ପତ୍ତି ନେଇଛନ୍ତି ଆନ୍ଦୋଳନରତ କୁସ୍ତିଯୋଦ୍ଧା । ସେପଟେ ଆଜି ହରିଦ୍ବାରରେ ଗଙ୍ଗା ଦଶହରା ସ୍ନାନ ଜାରି ଥିବା ବେଳେ ଏହି ଅବସରରେ ନିଜ ମେଡାଲ ବିସର୍ଜିତ କରିବାକୁ ନିଷ୍ପତ୍ତି ନେଇଛନ୍ତି ଏମାନେ । 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.