ପୁରୀରେ ଚାଞ୍ଚଲ୍ୟ ! ନୂଆନଈ ପଠାରେ ପଡିଛି ମହିଳାଙ୍କ ଗଳିତ ମୃତଦେହ

By ETV Bharat Odisha Team

Published : Oct 27, 2023, 7:40 PM IST

thumbnail

ପୁରୀ: ପୁରୀରେ ଚାଞ୍ଚଲ୍ୟ । ପୁରୀ ସଦରଥାନା ନୂଆଗାଁ ନିକଟ ନୂଆନଈ ପଠାରୁ ଜଣେ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର କରିଛି  ସଦର ଥାନା ପୋଲିସ । ମୃତଦେହ ଉଦ୍ଧାର ସମୟରେ ମହିଳାଙ୍କ ଦେହରେ କେବଳ ଅନ୍ତଃବସ୍ତ୍ର ଥିବା ବେଳେ ତାଙ୍କ ଶରୀରର ହାତ ଓ ବେକରେ ଗଭୀର ଆଘାତ ଲାଗିଥିବା ପୋଲିସ ଜାଣିବାକୁ ପାଇଛି । ମହିଳାଙ୍କ ପରିଚୟ ମିଳି ପାରିନାହିଁ ।ତେବେ ଆଜି ସ୍ଥାନୀୟ ଲୋକେ  ନୂଆନଈ ପଠାରେ ମହିଳାଙ୍କ ଗଳିତ ମୃତଦେହ ଦେଖି ସଦରଥାନା ପୋଲିସକୁ ଖବର ଦେଇଥିଲେ । ଖବର ପାଇ ସଦର ଏସଡିପିଓ ଓ ସାଇନଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଥିଲେ । 

ତେବେ ମହିଳାଙ୍କୁ ଦିନେ କିମ୍ବା ଦୁଇଦିନ ପୂର୍ବରୁ ହତ୍ୟା କରି ଏଠାରେ ଫୋପଡା ଦେଇଥିବା ପୋଲିସ ଅନୁମାନ କରୁଛି । ମହିଳାଙ୍କ ପରିଚୟ ମିଳିନଥିବା ବେଳେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ବିଭିନ୍ନ ଥାନାକୁ ମଧ୍ୟ ସୂଚନା ଦେଇଛି ପୁରୀ ପୋଲିସ । କାଳେ କେଉଁ ଥାନାରେ ନିଖୋଜ ମାମଲା ହୋଇଥିବ ସେ ନେଇ ସବୁ ଥାନାକୁ ଅବଗତ କରାଯାଇଛି । ତେବେ ପୋଷ୍ଟ ମର୍ଟମ୍ ରିପୋର୍ଟ୍ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ ସୂଚନା ଦେଇଛି । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.