Teachers Agitation: ଶିକ୍ଷକଙ୍କ ଅଭିନବ ଢଙ୍ଗରେ ଦାବି ଉପସ୍ଥାପନ, ହନୁମାନ ବେଶରେ ଆସିଲେ ନଜର

By

Published : Nov 29, 2022, 10:07 PM IST

Updated : Feb 3, 2023, 8:34 PM IST

thumbnail

ଭୁବନେଶ୍ବର: ହନୁମାନ ବେଶରେ ନଜର ଆସିଲେ ଆନ୍ଦୋଳନରତ ଶିକ୍ଷକ (Teacher protests at Lower PMG in Hanuman Form) । ପ୍ରଭୁ ହନୁମାନଙ୍କ ବେଶରେ ସେ ଏଭଳି ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି । ତେବେ ଗତ କିଛି ଦିନ ଧରି ୩ ଦଫା ଦାବି ନେଇ ରାଜଧାନୀର ଲୋୟର ପିଏମଜିରେ ହଜାର ହଜାର ସଂଖ୍ୟକ ପ୍ରାଥମିକ ଶିକ୍ଷକ ଆନ୍ଦୋଳନରେ ବସିଛନ୍ତି । ଏହାରି ମଧ୍ୟରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଏହି ହନୁମାନବେଶଧାରୀ ବ୍ୟକ୍ତି । ସେ ରାଜଧାନୀର ରାଜରାସ୍ତାରେ ବୁଲି ନିଜର ଦାବି ରଖିଛନ୍ତି । ସରକାରଙ୍କୁ ଆକୃଷ୍ଟ କରିବା ଲାଗି ଆନ୍ଦୋଳନରତ ଶିକ୍ଷକ ବିଭିନ୍ନ ବେଶ ଧରି ଏପରି ଆନ୍ଦୋଳନ କରିଛନ୍ତି । କିଏ ହନୁମାନ ବେଶରେ ତ ଆଉ କିଏ ରାବଣ, ସୀତା ବେଶ ଧାରଣ କରିଛନ୍ତି । ତେବେ ସେମାନଙ୍କ ଦାବି ପୂରଣ ନ ହେଲେ ଆଗକୁ ଆନ୍ଦୋଳନ ତୀବ୍ରତର ହେବ ବୋଲି କହିଛନ୍ତି ଏହି ବେଶଧାରୀ ଆନ୍ଦୋଳନରତ ଶିକ୍ଷକ ଓ ଶିକ୍ଷୟିତ୍ରୀ । ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 3, 2023, 8:34 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.