ଉଜ୍ବଳା ଯୋଜନାକୁ ନେଇ ପ୍ରଶ୍ନ ଉଠାଇଲେ ଉଜ୍ବଳା ଦିଦି, ଆର୍ଥିକ ଅନୁଦାନ ଦେବାକୁ ଦାବି

By

Published : Jun 11, 2023, 10:18 AM IST

thumbnail

ଅନୁଗୋଳ: ଯେଉଁ ଉଜ୍ଜଳା ଯୋଜନାକୁ ନେଇ କେନ୍ଦ୍ରର ସରକାର ବାଃ ବାଃ ନେଉଛନ୍ତି, ସେଇ ଯୋଜନାରେ କାର୍ଯ୍ୟରତ ଦିଦିଙ୍କୁ ମିଳୁନାହିଁ ଆର୍ଥିକ ଅନୁଦାନ । ଯୋଜନା ପାଇଁ ଯେଉଁ ଅନୁଦାନ ଦେବାକୁ ପ୍ରତିଶ୍ରୁତି ଦିଆଯାଇଥିଲା ତାହା ଆଜି ପର୍ଯ୍ୟନ୍ତ ସରକାର ଦେଇ ନଥିବା ଅଭିଯୋଗ କରିଛନ୍ତି ଉଜ୍ଜଳା ଦିଦି । ଯାହାର ପ୍ରତିବାଦରେ ଉଜ୍ଜଳା ଦିଦିମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ତୁରନ୍ତ ଅନୁଦାନ ସହ ଚାକିରିର ସ୍ଥାୟୀତ୍ୱ ନେଇ 3ଦଫା ଦାବି କରିଛନ୍ତି । 

ଓଡିଶା ରାଜ୍ୟ ଉଜ୍ଜଳା ଦିଦି ସଙ୍ଘ ଅନୁଗୋଳ ଜିଲ୍ଲା ଶାଖା ପକ୍ଷରୁ ଗତକାଲି(ଶନିବାର) 3ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଶତାଧିକ ଉଜ୍ଜଳା ଦିଦି ଦୀର୍ଘ ସମୟ ଧରି ବିକ୍ଷୋଭ ପ୍ରଦର୍ଶନ କରିବା ପରେ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ । ସଙ୍ଘ ପକ୍ଷରୁ ଦାବି କରାଯାଇଛି ଯେ ଉଜ୍ଜଳା ଦିଦିମାନଙ୍କୁ ଚାକିରିର ସ୍ଥାୟୀତ୍ୱ ପ୍ରଦାନ କରାଯାଉ । ସେମାନଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ ସହ ପାରିଶ୍ରମିକ ପ୍ରଦାନ କରିବାକୁ ଦାବି ରହିଛି । ଆଗାମୀ ଦିନରେ ସରକାର ସେମାନଙ୍କ କଥା ନଶୁଣିଲେ ପଲ୍ଲୀ ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଆନ୍ଦୋଳନକୁ ତୀବ୍ରତର କରିବାକୁ ଚେତାବନୀ ଦେଇଛି ଉଜ୍ଜଳା ଦିଦି ସଂଘ । 

ଇଟିଭି ଭାରତ, ଅନୁଗୋଳ 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.