କଳାହାଣ୍ଡିରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୨ ମୃତ

By ETV Bharat Odisha Team

Published : Dec 18, 2023, 10:49 AM IST

thumbnail

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କୋକସରା ଥାନା ଖପରାମାଲ-ବେହେରା ରାସ୍ତାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବାରୁ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି  । ଆହତମାନଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ମୂଷାପାଲି ଗ୍ରାମର ଜିତେନ୍ଦ୍ର ଦୁର୍ଗା ଓ ଜିତେନ୍ଦ୍ର ସାଗର ସାପ୍ତାହିକ ବଜାରରୁ ନିଜ ଗାଁକୁ ଫେରୁଥିଲେ। ସେହିଭଳି ନୂଆଗାଁର ଗୁପ୍ତେଶ୍ଵର ବାଗ ଓ ଡ଼ହଗାଁର ପବିତ୍ର ବାଗ ଏକ ବାଇକରେ ବେହେରା ସାପ୍ତାହିକ ବଜାରକୁ ଯାଉଥିଲେ । ସେହି ସମୟରେ ଖପରାମାଲ ରାସ୍ତାରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା  ।  ଘଟଣାସ୍ଥଳରେ  ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସରେ ପର୍ଲା ଡାକ୍ତରଖାନାକୁ ପଠାଇଥିଲେ । ସେଠାରେ ପବିତ୍ର ବାଗ ଏବଂ ଜିତେନ୍ଦ୍ର ଦୁର୍ଗାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏନେଇ କୋକସରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ବାଇକ ଜବତ କରି ଘଟଣାର ତଦନ୍ତ କରୁଛି । ମୃତକଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନାରେ ରଖାଯାଇଥିବା ପୋଲିସ ସୂତ୍ରରୁ ପ୍ରକାଶ ପାଇଛି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.