ଭାରି ପଡ଼ିଲା ରାଜ୍ୟସଭାରେ ହଙ୍ଗାମା: ଟିଏମସି ଏମପି ଡେରେକ ଓବ୍ରିଏନ୍ ଶୀତ ଅଧିବେଶନରୁ ସସପେଣ୍ଡ୍

By ETV Bharat Odisha Team

Published : Dec 14, 2023, 1:32 PM IST

thumbnail

ନୂଆଦିଲ୍ଲୀ: ଭାରି ପଡ଼ିଲା ଗୃହରେ ହଙ୍ଗାମା ଏବଂ ଅଶୋଭନୀୟ ବ୍ୟବହାର । 'ଗ୍ରସ୍ କଣ୍ଡକ୍ଟ' ପାଇଁ ସଂସଦରୁ ସସପେଣ୍ଡ ହେଲେ ଟିଏମସି ସାଂସଦ ଡେରେକ ଓବ୍ରିଏନ୍ । ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକଡ଼,  ଡେରେକଙ୍କ ଅଶୋଭନୀୟ ବ୍ୟବହାର ପାଇଁ ତାଙ୍କୁ ସଂସଦ ଶୀତ ଅଧିବେଶନର ବାକି କାର୍ଯ୍ୟ ଦିବସଗୁଡ଼ିକରୁ ନିଲମ୍ବନ କରିଛନ୍ତି । ଏହାସହ ଡେରେକ ତୁରନ୍ତ ରାଜ୍ୟସଭା ଛାଡ଼ି ଚାଲିଯିବାକୁ ନିର୍ଦ୍ଦେଶ ଦେଇଥିଲେ ଧନକଡ଼ । ଆଜି ରାଜ୍ୟସଭା କାର୍ଯ୍ୟ ଆରମ୍ଭ ହେବା ପରେ ଟିଏମସି ସାଂସଦ ଡେରେକ ଗୃହ ମଧ୍ୟଭାଗକୁ ଚାଲି ଆସିବା ସହ  ନାରାବାଜି କରିଥିଲେ । ଫଳରେ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ଗୃହରେ ଅପମାନଜନକ ବ୍ୟବହାର ପ୍ରଦର୍ଶନ ପାଇଁ ଡେରେକଙ୍କୁ ଚଳିତ ଶୀତକାଳୀନ ଅଧିବେଶନର ଶେଷ ପର୍ଯ୍ୟନ୍ତ ନିଲମ୍ବିତ କରାଯିବା ନେଇ ଏକ ପ୍ରସ୍ତାବ ପାସ୍ ହୋଇଥିଲା । ଅଧିବେଶନ  କାର୍ଯ୍ୟରେ ବାଧା ସୃଷ୍ଟି କରିବା ଅଭିଯୋଗରେ ଡେରେକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଘୋଷଣା କରିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ।  

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.