ସ୍ବାଧିନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ 148 ତମ ଜୟନ୍ତୀ: ବଲାଙ୍ଗୀରରେ ହଜାର ହଜାର ଆଦିବାସୀଙ୍କ ଶୋଭାଯାତ୍ରା

By ETV Bharat Odisha Team

Published : Nov 15, 2023, 6:46 PM IST

thumbnail

ବଲାଙ୍ଗୀର: ଆଜି ସ୍ବାଧିନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ 148ତମ ଜନ୍ମ ଜୟନ୍ତୀ । ଏହି ଅବସରରେ ବଲାଙ୍ଗୀର ଜିଲ୍ଲାରେ ହଜାର ହଜାର ଆଦିବାସୀ ନିଜ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ନାଚ ଗୀତ କରି ଶୋଭାଯାତ୍ରା କରିବା ସହ ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି । ଆଦିବାସୀ କଲ୍ୟାଣ ସଂଘ ଆହ୍ବାନରେ ଏହି ଶୋଭାଯାତ୍ରା କରାଯାଇଥିଲା ।
 

ଏହାମଧ୍ୟ ପଢନ୍ତୁ..ରାଉରକେଲାରେ ବିପ୍ଳବୀ ବିର୍ସା ମୁଣ୍ଡାଙ୍କର 148 ତମ ଜନ୍ମ ଜୟନ୍ତୀ ପାଳିତ

ଆଜି ଆଦିବାସୀ ନେତା ବିର୍ସା ମୁଣ୍ଡାଙ୍କ 148ତମ ଜୟନ୍ତୀ ଅବସରରେ ବଲାଙ୍ଗୀର ଆଦିବାସୀ କଲ୍ୟାଣ ସଂଘ ଆହ୍ବାନରେ ଜିଲ୍ଲାର କୋଣ ଅନୁକୋଣରୁ ହଜାର ହଜାର ଆଦିବାସୀ ବଲାଙ୍ଗୀର ସହରରେ ଏକାଠି ହୋଇଥିଲେ । ଏବଂ ନିଜର ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ବାଦ୍ୟ ବଜାଇ ନେଇ ସହରରେ ବିରାଟ ଶୋଭାଯାତ୍ରା  କରିଥିବା ଦେଖିବାକୁ ମିଳିଥିଲା । ଏଥିସହ ମାଆ ସମଲେଇଙ୍କଠାରେ ପୂର୍ଜାର୍ଚ୍ଚନା କରିବା ପରେ ଶହୀଦ ଆଦିବାସୀଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଅନ୍ୟପଟେ ଏହି ଶୋଭାଯାତ୍ରାରେ ଆଦିବାସୀ ନେତା ତଥା ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ମଧ୍ୟ ସାମିଲ ହୋଇଥିଲେ । ତେବେ ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ଆଦିବାସୀ ଗର୍ବ ଦିବସ ଭାବରେ ଘୋଷଣା କରିଛନ୍ତି ସରକାର । ରାଜ୍ୟ ତମାମ ଏହି ଦିବସକୁ ପାଳନ କରାଯାଉଛି ।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.