ETV Bharat / state

ରାଉରକେଲାରେ ବିପ୍ଳବୀ ବିର୍ସା ମୁଣ୍ଡାଙ୍କର 148 ତମ ଜନ୍ମ ଜୟନ୍ତୀ ପାଳିତ

author img

By ETV Bharat Odisha Team

Published : Nov 15, 2023, 3:27 PM IST

ରାଉରକେଲାରେ ସ୍ବାଧୀନତା ସଂଗ୍ରାମୀ ତଥା ମହାନ ବିପ୍ଳବୀ ବିର୍ସା ମୁଣ୍ଡାଙ୍କର 148ତମ ଜନ୍ମ ଜୟନ୍ତୀ ପାଳିତ । ଅଧିକ ପଢନ୍ତୁ

tribal freedom fighter birsa munda  birth anniversary
tribal freedom fighter birsa munda birth anniversary

tribal freedom fighter birsa munda birth anniversary

ରାଉରକେଲା: ଭାରତର ସ୍ବାଧୀନତା ସଂଗ୍ରାମୀ ମହାନ ବିପ୍ଳବୀ ବିର୍ସା ମୁଣ୍ଡାଙ୍କର ଆଜି ଜନ୍ମ ଜୟନ୍ତୀ । ଇଂରେଜ ସରକାର ବିରୁଦ୍ଧରେ ପ୍ରତିବାଦର ପ୍ରତିଫଳନ ସାଜିଥିବା ଏହି ମହାନ ବିପ୍ଳବୀ ବିର୍ସା ମୁଣ୍ଡାଙ୍କ ଜନ୍ମଜୟନ୍ତୀ ହୋ ସମାଜ ପକ୍ଷରୁ ଧୁମଧାମରେ ପାଳିତ ହୋଇଯାଇଛି । ରାଉରକେଲା ବିଶ୍ରା ଛକରେ ଥିବା ବିର୍ସା ମୁଣ୍ଡାଙ୍କ ମୂର୍ତ୍ତି ନିକଟରେ 148ତମ ଜନ୍ମ ଜୟନ୍ତୀ ପାଳନ କରାଯାଇଛି ।

ତେବେ ଏହି କାର୍ଯ୍ୟକ୍ରମରେ ବିର୍ସା ମୁଣ୍ଡାଙ୍କର ଆଦିବାସୀ ସମାଜକୁ ନ୍ୟାୟ ଓ ଜନ୍ମଭୂମି ପାଇଁ ସଙ୍ଘର୍ଷ କରି ପ୍ରତିକୂଳ ପରିସ୍ଥିତିରେ ବିଜୟ ହାସଲ କରିବାର ଏକ ବଳିଷ୍ଠ ଗାଥା ଆଲୋଚନା ହୋଇଥିଲା । ଏଥିସହ ବ୍ରିଟିଶ ସରକାରଙ୍କ ବିରୋଧରେ ବିର୍ସା ମୁଣ୍ଡାଙ୍କ ନିରବଚ୍ଛିନ୍ନ ସଂଗ୍ରାମ କାହାଣୀକୁ ଆଲୋଚନା କରାଯାଇଥିଲା । ବିର୍ସା ମୁଣ୍ଡା ନିଜ ମାଟି ପାଇଁ ଯେଉଁ ଅଦମ୍ୟ ଭାବନା ସହ ବ୍ରିଟିଶ ସରକାର ସହ ଲଢ଼ିଥିଲେ ଏବଂ ଆଦିବାସୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ଲଢ଼ିଥିଲେ ଏହା ଆଦିବାସୀଙ୍କ ଅଧିକାର ପାଇଁ ବ୍ୟାପକ ସଂଗ୍ରାମର ପ୍ରତୀକ ଥିଲା । ତେବେ ଜୟନ୍ତୀ ଅବସରରେ ଉପସ୍ଥିତ ଲୋକମାନେ ସ୍ୱାଧୀନତା ସଂଗ୍ରାମରେ ବିର୍ସା ମୁଣ୍ଡାଙ୍କ ପ୍ରମୁଖ ଭୂମିକା ସମ୍ପର୍କରେ ଆଲୋଚନାରେ କରିଥିଲେ । ତେବେ ଏହି କାର୍ଯ୍ୟକ୍ରମରେ ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ ନିର୍ଦ୍ଦେଶକ ଅତନୁ ଭୌମିକ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଶୁଭଙ୍କର ମହାପାତ୍ର, ରାଉରକେଲା SP ମିତ୍ରଭାନୁ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ- ବିପ୍ଳବୀ ବିର୍ସା ମୁଣ୍ଡାଙ୍କ ଜନ୍ମ ଜୟନ୍ତୀ, ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି-ଉପରାଷ୍ଟ୍ରପତି

ଅନ୍ୟପଟେ ଆଜି ବିର୍ସା ମୁଣ୍ଡାଙ୍କର ଜୟନ୍ତୀ ଅବସରରେ ନୂଆଦିଲ୍ଲୀର ସଂସଦ ଭବନ କମ୍ପ୍ଲେକ୍ସରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହା ସହିତ ଉପରାଷ୍ଟ୍ରପତି ଜଗଦୀପ ଧନଖଡ, ଲୋକସଭା ବାଚସ୍ପତି ଓମ ବିର୍ଲା ଓ କେନ୍ଦ୍ରମନ୍ତ୍ରୀ ମନୀକ୍ଷା ଲେଖୀ ମଧ୍ୟ ବିପ୍ଳବୀ ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏହାପରେ ସମସ୍ତେ ସେଠାରେ ଉପସ୍ଥିତ ଆଦିବାସୀଙ୍କ ଗହଣରେ କିଛି ସମୟ ବିତାଇଥିଲେ । ଏମିତିକି ଆଦିବାସୀଙ୍କ ସହ ବାଜା ବଜାଉଥିବାର ମଧ୍ୟ ନଜର ଆସିଥିଲେ ଉପରାଷ୍ଟ୍ରପତି ଓ ବାଚସ୍ପତି ।

ପ୍ରକାଶ ଥାଉକି, 1875 ମସିହା ଆଜିର ଦିନରେ ଝାଡଖଣ୍ଡର ଖୁଣ୍ଟି ଜିଲ୍ଲା ପୋଡହାଟ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ବିର୍ସା ମୁଣ୍ଡା । ବ୍ରିଟିଶ ଶାସନ ବିରୁଦ୍ଧରେ ସେ ସ୍ବର ଉଠାଇଥିଲେ । ସ୍ଥାନୀୟ ଆଦିବାସୀଙ୍କୁ ଏକାଠି କରିଥିଲେ । ଦେଶଦ୍ରୋହ ଅପରାଧରେ ତାଙ୍କୁ 2 ବର୍ଷ କାରାଦଣ୍ଡ ଭୋଗିବାକୁ ପଡିଥିଲା । ବିର୍ସା ମୁଣ୍ଡାଙ୍କ ଜନ୍ମଦିନକୁ ଜନଜାତି ଗୌରବ ଦିବସ ଭାବେ ପାଳନ କରାଯାଏ ।


ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.