ବିପ୍ଳବୀ ବିର୍ସା ମୁଣ୍ଡାଙ୍କ ଜନ୍ମ ଜୟନ୍ତୀ, ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି-ଉପରାଷ୍ଟ୍ରପତି

By ETV Bharat Odisha Team

Published : Nov 15, 2023, 11:30 AM IST

thumbnail

ନୂଆଦିଲ୍ଲୀ: ଭାରତର ସ୍ବାଧୀନତା ସଂଗ୍ରାମୀ ମହାନ ବିପ୍ଳବୀ ବିର୍ସା ମୁଣ୍ଡାଙ୍କର ଆଜି ଜନ୍ମ ଜୟନ୍ତୀ । ଘଞ୍ଚ ଜଙ୍ଗଲ ମଧ୍ୟରେ ଧରତୀ ଆବାଙ୍କ ବିପ୍ଳବର ସ୍ବର ଝଙ୍କୃତ ହୋଇଥିଲା । ଇଂରେଜ ସରକାର ବିରୁଦ୍ଧରେ ପ୍ରତିବାଦର ପ୍ରତିଫଳନ ସାଜିଥିବା ଏହି ମହାନ ବିପ୍ଳବୀ ବିର୍ସା ମୁଣ୍ଡାଙ୍କ ଜନ୍ମଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନୂଆଦିଲ୍ଲୀର ସଂସଦ ଭବନ କମ୍ପ୍ଲେକ୍ସରେ ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ରାଷ୍ଟ୍ରପତି । ଏହା ସହିତ ଉପରାଷ୍ଟ୍ରପତି ଜଗଦୀପ ଧନଖଡ, ଲୋକସଭା ବାଚସ୍ପତି ଓମ ବିର୍ଲା ଓ କେନ୍ଦ୍ରମନ୍ତ୍ରୀ ମନୀକ୍ଷା ଲେଖୀ ବିପ୍ଳବୀ ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏହାପରେ ସମସ୍ତେ ସେଠାରେ ଉପସ୍ଥିତ ଆଦିବାସୀଙ୍କ ଗହଣରେ କିଛି ସମୟ ବିତାଇଥିଲେ । ଏମିତିକି ଆଦିବାସୀଙ୍କ ସହ ବାଜା ବଜାଉଥିବାର ମଧ୍ୟ ନଜର ଆସିଥିଲେ ଉପରାଷ୍ଟ୍ରପତି ଓ ବାଚସ୍ପତି ।

ଏହାମଧ୍ୟ ପଢନ୍ତୁ: ଜବହାରଲାଲ ନେହେରୁଙ୍କ ଜନ୍ମ ଜୟନ୍ତୀ, ଶାନ୍ତି ବନରେ ଶ୍ରଦ୍ଧାଞ୍ଜଳି ଦେଲେ ସୋନିଆ-ଖଡଗେ

1875 ମସିହା ଆଜିର ଦିନରେ ଝାଡଖଣ୍ଡର ଖୁଣ୍ଟି ଜିଲ୍ଲା ପୋଡହାଟ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ବିର୍ସା ମୁଣ୍ଡା । ବ୍ରିଟିଶ ଶାସନ ବିରୁଦ୍ଧରେ ସେ ସ୍ବର ଉଠାଇଥିଲେ । ସ୍ଥାନୀୟ ଆଦିବାସୀଙ୍କୁ ଏକାଠି କରିଥିଲେ । ଦେଶଦ୍ରୋହ ଅପରାଧରେ ତାଙ୍କୁ 2 ବର୍ଷ କାରାଦଣ୍ଡ ଭୋଗିବାକୁ ପଡିଥିଲା । ବିର୍ସା ମୁଣ୍ଡାଙ୍କ ଜନ୍ମଦିନକୁ ଜନଜାତି ଗୌରବ ଦିବସ ଭାବେ ପାଳନ କରାଯାଏ ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.