ଜବହାରଲାଲ ନେହେରୁଙ୍କ ଜନ୍ମ ଜୟନ୍ତୀ, ଶାନ୍ତି ବନରେ ଶ୍ରଦ୍ଧାଞ୍ଜଳି ଦେଲେ ସୋନିଆ-ଖଡଗେ

By ETV Bharat Odisha Team

Published : Nov 14, 2023, 11:14 AM IST

Updated : Nov 14, 2023, 11:29 AM IST

thumbnail

ନୂଆଦିଲ୍ଲୀ: ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କର ଆଜି ଜନ୍ମ ଜୟନ୍ତୀ । ଶିଶୁପ୍ରିୟ ପଣ୍ଡିତ ନେହେରୁଙ୍କ ଜନ୍ମ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଓ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ନୂଆଦିଲ୍ଲୀ ସ୍ଥିତ ଶାନ୍ତି ବନରେ ନେହେରୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । କଂଗ୍ରେସ ଅଧ୍ୟକ୍ଷ ଖଡଗେଙ୍କ ସମେତ କଂଗ୍ରେସ ପର୍ଲାମେଣ୍ଟାରୀ ପାର୍ଟି ଅଧ୍ୟକ୍ଷା ସୋନିଆ ଗାନ୍ଧୀ, କଂଗ୍ରେସ ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ପଣ୍ଡିତ ନେହେରୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏହା ସହିତ ଅନେକ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ । ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି ଜବହାରଲାଲ ନେହେରୁଙ୍କ ଜନ୍ମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ଏହା ବି ପଢନ୍ତୁ...Childrens day: ଆଜି ଶିଶୁ ଦିବସ, ଆସନ୍ତାକାଲିର ଭବିଷ୍ୟତ ଶିଶୁ କଥାକୁ ହୃଦଙ୍ଗମ କରିଥିଲେ ଚାଚା ନେହେରୁ

୧୮୮୯ ମସିହା ନଭେମ୍ବର ୧୪ରେ ଉତ୍ତରପ୍ରଦେଶ ଆହ୍ଲାବାଦ ସହରର ଏକ କାଶ୍ମୀର ପଣ୍ଡିତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ପଣ୍ଡିତ ନେହେରୁ । ୧୯୪୭ ଅଗଷ୍ଟ ୧୫ରୁ ମେ' ୧୯୬୪ ପର୍ଯ୍ୟନ୍ତ ସେ ଦେଶର ପ୍ରଧାନମନ୍ତ୍ରୀ ଥିଲେ । ଶିଶୁଙ୍କ ଅଧିକ ଭଲ ପାଉଥିବାରୁ ତାଙ୍କ ଜନ୍ମଦିନକୁ ଶିଶୁ ଦିବସ ଭାବେ ପାଳନ କରାଯାଏ ।

Last Updated : Nov 14, 2023, 11:29 AM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.