ଆରମ୍ଭ ହେଲା ଜନଜାତି ସାଂସ୍କୃତିକ ମହୋତ୍ସବ, ଉତ୍ସବମୁଖର କନ୍ଧମାଳ

By ETV Bharat Odisha Team

Published : Dec 18, 2023, 6:40 AM IST

thumbnail

ଫୁଲବାଣୀ: ଆଦିବାସୀ ଲୋକନୃତ୍ୟର ତାଳେ ତାଳେ ଝୁମୁଛି କନ୍ଧମାଳ । ଜନଜାତି ସାଂସ୍କୃତିକ ମହୋତ୍ସବ ଉଦଘାଟିତ ହୋଇଛି । ଆଦିବାସୀ ସମ୍ପ୍ରଦାୟର ଲୋକଙ୍କ ଲୁକ୍କାୟିତ ପ୍ରତିଭାକୁ ଲୋକ ଲୋଚନକୁ ଆଣିବା ମହୋତ୍ସବର ଉଦ୍ଦେଶ୍ୟରେ ଜି.ଉଦୟଗିରି ଠାରେ ବ୍ଲକ ସ୍ତରୀୟ ଜନଜାତି ସାଂସ୍କୃତିକ ମହୋତ୍ସବ ୨୦୨୩ ଅନୁଷ୍ଠିତ ହୋଇଯାଇଛି । ମହୋତ୍ସବ ଜି.ଉଦୟଗିରିର ହବାକ୍‌ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆଠାରେ ଅନୁଷ୍ଠିତ ହୋଇଛି । ଏହି ଜନଜାତି ସାଂସ୍କୃତିକ ମହୋତ୍ସବ କାର୍ଯ୍ୟକ୍ରମରେ ସଂଖ୍ୟାଧିକ ଆଦିବାସୀ ତଥା ଜନଜାତି ସମ୍ପ୍ରଦାୟ ଲୋକେ ଯୋଗ ଦେଇ ମହୋତ୍ସବର ଶୋଭାବର୍ଦ୍ଧନ କରିଥିଲେ ।  ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୋଜ କୁମାର ଦେବତାଙ୍କ ତତ୍ତ୍ଵାବଧାନରେ ଦୁଇ ଦିନ ଧରି ଏହି ଜନଜାତି ମହୋତ୍ସବର ଚାଲିବ ।

ଏହା ମଧ୍ୟ ପଢ଼ନ୍ତୁ....ପାରଳାଖେମୁଣ୍ଡିରେ ପଥୋତ୍ସବ, ପ୍ରସ୍ତୁତିକୁ ନେଇ ଜନତା ଅସନ୍ତୁଷ୍ଟ

ବ୍ଲକ ସ୍ତରୀୟ ଜନଜାତି ସାଂସ୍କୃତିକ ମହୋତ୍ସବରେ ସମୁଦାୟ ୮ଟି ପଞ୍ଚାୟତର ଛାତ୍ରଛାତ୍ରୀ, ଗ୍ରାମବାସୀଙ୍କ ପ୍ରାୟ ୪୦ରୁ ଊର୍ଦ୍ଧ୍ୱ ସାଂସ୍କୃତିକ ଦଳ ନୃତ୍ୟ ସଙ୍ଗୀତ ପରିବେଷଣ କରିଥିଲେ । ଦୁଇ ଦିନିଆ ଏହି ବ୍ଲକ ସ୍ତରୀୟ ଜନଜାତି ସାଂସ୍କୃତିକ ମହୋତ୍ସବରେ ସ୍ଥାନୀୟ ଅଞ୍ଚଳରେ ବସ ବାସ କରୁଥିବା ଆଦିବାସୀ ସମ୍ପ୍ରଦାୟର ଗୋଣ୍ଡ ଜନଜାତିଙ୍କୁ ସ୍ଥାନୀୟ ପ୍ରଶାସନ ତରଫରୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇ ଥିବା ଅଭିଯୋଗ ହୋଇଛି । ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ରୋଦନ ମଲ୍ଲିକ, ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସୁଷମା ପ୍ରଧାନ, ଏନ୍‌ଏସି ଅଧ୍ୟକ୍ଷା ଦେବସ୍ମିତା ଶତପଥୀ, ସମିତି ଉପାଧ୍ୟକ୍ଷ ଏନ୍ ଲୁକ୍, ଏନଏସି ଉପାଧ୍ୟକ୍ଷ ସନ୍ତୋଷ କୁମାର ବାଘ, ସାଂସଦ ପ୍ରତିନିଧି ସାମନ୍ତ ଦିଗାଲ, ସମସ୍ତ ପଞ୍ଚାୟତ ସରପଞ୍ଚ ଓ ସମିତି ସଭ୍ୟ ଉପସ୍ଥିତ ରହିଥିଲେ ।

ଇଟିଭି ଭାରତ, କନ୍ଧମାଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.