ଠୁଙ୍କା ପୁରୀ ବିନା ବାଲିଯାତ୍ରା ଅଧୁରା !

By ETV Bharat Odisha Team

Published : Dec 3, 2023, 4:11 PM IST

thumbnail

କଟକ: ଠୁଙ୍କାପୁରୀ । ଦେଖିବାକୁ ଯେମିତି ସୁନ୍ଦର, ଖାଇବାକୁ ମଧ୍ୟ ସେମିତି ସୁଆଦିଆ । ଯାହାର ନାଁ ଶୁଣିଲେ ପାଟିରୁ ଲାଳ ବୁହେ । ବାଲିଯାତ୍ରାକୁ ବୁଲିବାକୁ ଆସିବେ ଓ ଠୁଙ୍କାପୁରୀ ଖାଇବେନି ତାହା କେବେ ସମ୍ଭବ ନୁହେଁ । ତେବେ ଚଳିତବର୍ଷ କଟକ ବାଲିଯାତ୍ରା ପଡିଆରେ ଚାଲିଥିବା ଐତିହାସିକ ବାଲିଯାତ୍ରାରେ ଠୁଙ୍କାପୁରୀ ବ୍ୟବସାୟ ଜୋରଦାର ରହିଛି । ଗତ ନଭେମ୍ବର ୨୭ ତାରିଖରୁ ଆରମ୍ଭ ହୋଇଥିବା ବାଲିଯାତ୍ରା ଆଉ ଗୋଟିଏ ଦିନରେ ଶେଷ ହେବ । ବାଲିଯାତ୍ରାରେ ଅନେକ ପ୍ରକାରର ସୁସ୍ବାଦିଷ୍ଟ ଖାଦ୍ୟ ପଦାର୍ଥର ମେଳା ଲାଗିଥିବା ବେଳେ ଲୋକମାନଙ୍କ ମଧ୍ୟରେ କିନ୍ତୁ ଖାଇବା ପାଇଁ ଠୁଙ୍କାପୁରୀର କ୍ରେଜ ଅଧିକ ରହିଛି । ଯାହାକୁ ନେଇ ବାଲିଯାତ୍ରା ବୁଲିବା ସହ ସ୍ବାଦିଷ୍ଟ ଠୁଙ୍କାପୁରୀ ଖାଇବାରେ ବ୍ୟସ୍ତ ଲୋକେ ।

ଏହା ମଧ୍ୟ ପଢନ୍ତୁ... ବାଲିଯାତ୍ରାରେ ଦହିବରାର ମଜା, ଷ୍ଟଲ ଆଗରେ ଜମୁଛି ଭିଡ

ଅନ୍ୟପଟେ ଲୋକ ମାନଙ୍କୁ ଆକର୍ଷିତ କରିବା ପାଇଁ ଠୁଙ୍କାପୁରୀ ତିଆରି ନିଆରା ଢଙ୍ଗରେ ଚଳିତବର୍ଷ କରାଯାଉଛି । ହାତରେ ଠୁଙ୍କାପୁରୀକୁ ବୁଲେଇ ଉପରକୁ ପକେଇବାର ଦୃଶ୍ୟ ମଧ୍ୟ ଚଳିତବର୍ଷ ବାଲିଯାତ୍ରାରେ ଦେଖିବାକୁ ମିଳିଛି । ତେବେ ବ୍ୟବସାୟୀ ଯେତିକି ଆଶା କରିଥିଲେ ତାହା ଠାରୁ ମଧ୍ୟ ଅଧିକ ବ୍ୟାପାର ହେଉଛି । ଠୁଙ୍କାପୁରୀ ସାଙ୍ଗକୁ କୋବି ଆଳୁ କସା,ପନିର ତରକାରୀ, ଚଣା ମସଲା ତରକାରୀ ଇତ୍ୟାଦି ଲୋକଙ୍କୁ କରୁଛି କିମିଆ । ସେପଟେ ବାଲିଯାତ୍ରାରେ ଶନିବାର ଏବଂ ରବିବାରରେ ଲୋକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.