ବନ୍ଦ କୋଠରୀରୁ ମା’ ସହ ଦୁଇ ପିଲାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

By

Published : May 13, 2023, 10:44 PM IST

Updated : May 13, 2023, 10:53 PM IST

thumbnail

ସମ୍ବଲପୁର: ଧନୁପାଲି ଥାନା ଆଞ୍ଚଳରେ ଚଞ୍ଚଲ୍ୟ । ଧନୁପାଲି ଥାନା ଅନ୍ତର୍ଗତ ସୁନାପାଲି ଅଞ୍ଚଳରେ ବାହାରୁ ବନ୍ଦ ଥିବା କୋଠରୀ ଭିତରୁ 3 ମୃତଦେହ ଉଦ୍ଧାର କରିଛି ପୋଲିସ । ମା ସହ ଦୁଇ ଶିଶୁଙ୍କ ଗଳିତ ମୃତଦେହ ଉଦ୍ଧାର । ଆଜି ଅପରାହ୍ନରେ ବନ୍ଦ କୋଠରୀରୁ ଗନ୍ଧ ବାହାରୁଥିବାରୁ ସ୍ଥାନୀୟ ଜଣେ ବ୍ୟକ୍ତି ଧନୁପାଲି ଥାନାକୁ ସୂଚନା ଦେଇଥିଲେ । ପୋଲିସ ସୂଚନା ପାଇ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କୋଠରୀର ତାଲା ଭାଙ୍ଗି 3 ମୃତଦେହ ଉଦ୍ଧାର କରିଛି । ମୃତକମାନେ ହେଲେ ସାଜିଆ ପରବିନ ଓ ତାଙ୍କର 2 ପୁଅ ଓ ଝିଅ ।  ପ୍ରାରମ୍ଭିକ ସ୍ଥିତିରୁ ଏହା ଏକା ହତ୍ୟାକାଣ୍ଡ ବୋଲି ସଦର SDPO ପ୍ରଦୀପ କୁମାର ସାହୁ ସୂଚନା ଦେଇଛନ୍ତି । ତେବେ କେଉଁ କାରଣରୁ, କିଏ ଏପରି ଜଘନ୍ୟକାଣ୍ଡ କରିଛି ତାହା ସ୍ପଷ୍ଟ ହୋଇନାହିଁ । ଆସନ୍ତାକାଲି(ରବିବାର) ମୃତଦେହ ଗୁଡିକୁ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି SDPO ସୂଚନା ଦେଇଛନ୍ତି ।

ଇଟିଭି ଭରତ, ସମ୍ବଲପୁର 

Last Updated : May 13, 2023, 10:53 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.