Threat to Himalayan Herbs: ବଢୁଛି ତାପମାତ୍ରା, ହିମାଳୟ ଉପତ୍ୟକାରୁ ଲୋପ ପାଉଛି ଔଷଧୀୟ ବୃକ୍ଷ

By

Published : May 30, 2023, 7:46 PM IST

thumbnail

ଡେରାଡୁନ: ହିମାଳୟ ନିଜ ସୁନ୍ଦରତା ସହିତ ଏଠାରେ ମିଳୁଥିବା ଜଡ଼ିବୁଟି ପାଇଁ ବେଶ ଜଣାଶୁଣା । ହିମାଳୟ ଉପତ୍ୟକାରେ ଏପରି ଔଷଧୀୟ ବୃକ୍ଷ ରହିଛି ଯାହାକି ମାରାତ୍ମକ ରୋଗର ନିରାକରଣରେ ସହାୟକ ହୋଇଥାଏ । ହେଲେ ଏବେ ଏହି ଔଷଧୀୟ ଗଛର ଅସ୍ତିତ୍ବ ଉପରେ ବିପଦ ସୃଷ୍ଟି ହୋଇଛି । ହିମାଳୟରେ ଦିନକୁ ଦିନ ବଦଳୁଥିବା ପାଗ ବିପଦ ଆଣିଛି । ପାଣିପାଗର ପରିବର୍ତ୍ତନ ସାଙ୍ଗକୁ ଅଣ ମୌସୁମୀ ସମୟରେ ତୁଷାରପାତ ଯୋଗୁଁ ଏହି ଗଛଗୁଡ଼ିକ ନଷ୍ଟ ହେବାକୁ ବସିଛି । ଯାହାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ବୈଜ୍ଞାନିକ । ହିମାଳୟର ଉପରିଭାଗ ଗଢୱାଲରେ ଅନେକ ଔଷଧୀୟ ଗଛ ଭରପୂର ରହିଥିବା ବେଳେ ଏହା ଏବେ ଲୋପ ପାଇବାକୁ ବସିଛି । ଏ ନେଇ ଗବେଷକ ପ୍ରଫେସର ଏମସି ନୌଟିୱାଲ କହିଛନ୍ତି ଯେ ହିମାଳୟାନ ଅଞ୍ଚଳରେ ଦ୍ରୁତ ଗତିରେ ପାଦ ବଦଳିବାରେ ଲାଗିଛି । ଅଧିକ ଗରମ ଯୋଗୁଁ ପାଗରେ ଏପରି ପରିବର୍ତ୍ତନ ଦେଖିବାକୁ ମିଳିଛି । ପରିଣାମ ସ୍ବରୂପ ଶୀତ ଋତୁରେ ଆମ୍ବ ଗଛରେ ଫଳ ଫଳୁଛି । ଏହା ସ୍ପଷ୍ଟ କରୁଛି ଯେ ପରିବେଶରେ ତାପମାତ୍ରା ବୃଦ୍ଧି ପାଉଛି । ଏହାସହ ଔଷଧୀୟ ବୃକ୍ଷ ମଧ୍ୟ ତାପମାତ୍ରା ବୃଦ୍ଧି ଯୋଗୁଁ ଲୋପ ପାଇବାରେ ଲାଗିଛି । ଏବେଠୁ ଏ ନେଇ ସଚେତନ ନ ହେଲେ ଆଗକୁ ଔଷଧୀୟ ବୃକ୍ଷର ଅଭାବ ଗମ୍ଭୀର ସମସ୍ୟା ସୃଷ୍ଟି କରିବାର ସମ୍ଭାବନା ରହିଛି ।  

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.