Stalin on Dhoni: ମୁଁ ବି ଧୋନୀଙ୍କ ବଡ଼ ଫ୍ୟାନ କହିଲେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ

By

Published : May 8, 2023, 10:30 PM IST

thumbnail

ଚେନ୍ନାଇ: ଆଜି ତାମିଲନାଡ଼ୁର ରାଜଧାନୀ ଚେନ୍ନାଇ ଠାରେ ତାମିଲନାଡ଼ୁ ଚାମ୍ପିୟନ୍ସ ଫାଉଣ୍ଡେସନ ଓ 'Chief Minister's Trophy'ର ଲୋଗୋ ଉନ୍ମୋଚନ ହୋଇଛି । ତେବେ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଯୋଗ ଦେଇ ଏହାର ଉନ୍ମୋଚନ କରିଛନ୍ତି । ତେବେ ଏହି ଉତ୍ସବରେ ପୂର୍ବତନ ଭାରତୀୟ କ୍ରିକେଟର ଏମଏସ ଧୋନୀ ମଧ୍ୟ ଯୋଗ ଦେଇଥିଲେ । ଏଥିରେ ନିଜକୁ ଧୋନୀଙ୍କର ବଡ଼ ଫ୍ୟାନ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ।

ଜାରି ରହିଛି ଆଇପିଏଲ ୨୦୨୩ । ଆଇପିଏଲ ଇତିହାସରେ ଜଣେ ସଫଳ ଅଧିନାୟକ ଭାବେ ଚେନ୍ନାଇ ସୁପର କିଙ୍ଗସକୁ ୪ଟି ଟ୍ରଫି ଜିତାଇଛନ୍ତି ଏମଏସ ଧୋନୀ । ତେବେ ଆଜି ଚେନ୍ନାଇ ଠାରେ ତାମିଲନାଡ଼ୁ ଚାମ୍ପିୟନ୍ସ ଫାଉଣ୍ଡେସନ ଓ 'Chief Minister's Trophy'ର ଲୋଗୋ ଉନ୍ମୋଚନ ଉତ୍ସବରେ ଧୋନୀଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କହିଛନ୍ତି, "ତାମିଲନାଡ଼ୁରେ ସମସ୍ତଙ୍କ ଭଳି ସମସ୍ତଙ୍କ ଭଳି ମୁଁ ମଧ୍ୟ ଏମଏସ ଧୋନୀଙ୍କର ଜଣେ ବହୁତ ବଡ଼ ପ୍ରଶଂସକ । ମୁଁ ଆଶା କରୁଛି ଆମ ତାମିଲନାଡ଼ୁର ପୋଷ୍ୟପୁତ୍ର ସିଏସକେ ପାଇଁ ଖେଳିବା ଜାରି ରଖିବେ । ସେ ଲକ୍ଷ ଲକ୍ଷ ଯୁବକ ମାନଙ୍କ ପାଇଁ ପ୍ରରଣା । କେବଳ କ୍ରିକେଟରେ ନୁହେଁ, ସମସ୍ତ କ୍ରୀଡ଼ାରେ ଆମେ ତାମିଲନାଡ଼ୁରୁ ଆହୁରି ଅନେକ ଧୋନୀ ସୃଷ୍ଟି କରିବାକୁ ଚାହୁଁ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.