ଶୈବପୀଠରେ ଗଞ୍ଜେଇ ନିଷେଧକୁ ସୁରଙ୍କ ନାପସନ୍ଦ, କହିଲେ ଅନାବଶ୍ୟକ ନିର୍ଦ୍ଦେଶନାମା

By

Published : May 23, 2023, 3:53 PM IST

thumbnail

ଭୁବନେଶ୍ବର: ଶୈବପୀଠରେ ଗଞ୍ଜେଇ ବ୍ୟବହାର ଓ ସେବନକୁ ବାରଣ କରାଯାଇଛି । ଏ ସମ୍ପର୍କରେ ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖିଛି ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ । ତେବେ ବିଭାଗର ଏଭଳି ନିଷ୍ପତ୍ତିକୁ ନାପସନ୍ଦ କରିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ତଥା ଶିବ ଭକ୍ତ ସୁର ରାଉତରାୟ । ବ୍ରହ୍ମା, ବିଷ୍ଣୁ ଓ ମହେଶ୍ବରଙ୍କ ପ୍ରିୟ ହୋଇଥିବାରୁ ପ୍ରତ୍ୟେକ ଦେବଦେବୀ ମନ୍ଦିରରେ ଗଞ୍ଜେଇ, ଭାଙ୍ଗ, ଫଳ ରସ ଫ୍ରି ହେବା କଥା ବୋଲି ସେ ଯୁକ୍ତି ରଖିଛନ୍ତି ।

ସୁର କହିଛନ୍ତି, "ରାଜ୍ୟ ସଂସ୍କୃତି ବିଭାଗ ଏକ ଚିଠି କରିଛି । କେହି କୌଣସି ଶିବ ମନ୍ଦିରରେ ଗଞ୍ଜେଇ ଖାଇ ପାରିବେ ନାହିଁ । ନିଷ୍ପତ୍ତିକି ମୁଁ ନିନ୍ଦା କରୁଛି । ଏମିତି ଅନାବଶ୍ୟକ ନିର୍ଦ୍ଦେଶନାମା କାହିଁକି ସଂସ୍କୃତି ବିଭାଗ କରୁଛି । ବ୍ରହ୍ମା ଫଳ ରସ ପିଅନ୍ତି, ନାରାୟଣ ଭାଙ୍ଗ ଟିକେ ଖାଆନ୍ତି, ଶିବ ଗଞ୍ଜେଇ ଟିକେ ଟାଣନ୍ତି । ପ୍ରତ୍ୟେକ ଦେବଦେବୀ ମନ୍ଦିରରେ ଗଞ୍ଜେଇ, ଭାଙ୍ଗ, ଫଳ ରସ ଫ୍ରି । ସାରା ପୃଥିବୀରେ ଯେତେ ଦେବାଦେବୀ ମନ୍ଦିର ରହିଛି ସବୁଠି ଏହି ବ୍ୟବସ୍ଥା । ଓଡ଼ିଶାରେ ହଠାତ କାହିଁକି ଏମିତି ଚିଠି ହୋଇଛି ତାହା ଆଶ୍ଚର୍ଯ୍ୟ କରୁଛି ।"

ସେ ଆହୁରି ମଧ୍ୟ କହିଛନ୍ତି, "ଶିବ ମନ୍ଦିରରେ ବେଶୀ ଗଞ୍ଜେଇ ଖାଇବା ଉଚିତ ନୁହେଁ । ଧୂଆଁ କରିବା ଉଚିତ ନୁହେଁ । ମନ୍ଦିରକୁ ନଷ୍ଟ କରିବା ଉଚିତ ନୁହେଁ । ଏହା ବିଭାଗ ପକ୍ଷରୁ କୁହାଯାଉ । ବିଲକୁଲ ଗଞ୍ଜେଇ ଖାଇବେନି, ଏଇଟା ଠିକ ନୁହେଁ । ଦିଅଁଙ୍କୁ ଗଞ୍ଜେଇ ଭୋଗ ଲାଗେ । ଭାଙ୍ଗ, ଫଳ ରସ ଭୋଗରେ ଯାଏ । ଦେବଦେବୀ ମାନେ ଖାଆନ୍ତି । ତେଣୁ ଏଇଟା ବନ୍ଦ କରିବା ଠିକ ହୋଇନାହିଁ । ଅତ୍ୟଧିକ ଗଞ୍ଜେଇ ଓ ଭାଙ୍ଗ ଖାଇବେନି । ମନ୍ଦିର ଭିତରେ ଆଡ୍ଡା କରିବେନି । ଏକାଠି ମେଳ ହୋଇ ଗଞ୍ଜେଇ ଖାଇବେ ନାହିଁ । ମନ୍ଦିର ପରିବେଶ ଧୂଆଁମୟ କରିବେ ନାହିଁ । ଅପରିଷ୍କାର କରିବେ ନାହିଁ । ମନ୍ଦିରକୁ ସ୍ବଚ୍ଛ ରଖିବେ ।" ବିଲକୁଲ ଗଞ୍ଜେଇ ବନ୍ଦ କରିବା ଠିକ ହୋଇନାହିଁ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.