ଦଶହରା ଛୁଟି କାଟିବାକୁ ଆସି କେନାଲ୍‌ରେ ବୁଡ଼ିଗଲେ ଛାତ୍ର, 20 ଘଣ୍ଟା ପରେ ମିଳିଲା ମୃତଦେହ

By ETV Bharat Odisha Team

Published : Oct 18, 2023, 6:34 AM IST

thumbnail

ଭବାନୀପାଟଣା: ୨୦ ଘଣ୍ଟା ପରେ କେନାଲରୁ ମିଳିଲା ଛାତ୍ରଙ୍କ ମୃତଦେହ । ସାଙ୍ଗମାନଙ୍କ ସହ ଗାଧୋଇବାକୁ ଯାଇ କେନାଲରେ ଯୁବକ ଭାସି ଯାଇଥିବା ଅଭିଯୋଗ ହୋଇଥିଲା । ଦୀର୍ଘ ୨୦ ଘଣ୍ଟାର ସର୍ଚ୍ଚ ଅପରେସନ ପରେ ମୃତଦେହ ଉଦ୍ଧାର କରିଛି ଓଡ଼ରାଫ ଟିମ୍ । ତେବେ ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ଠିକାଦାର ପ୍ରିୟ ରଞ୍ଜନ ପାଣିଗ୍ରାହୀ ପୁଅ ପ୍ରତ୍ୟୁଷ ପାଣଗ୍ରାହୀ ବେଙ୍ଗାଲୁରୁରେ ରହି ପାଠ ପଢୁଥିଲେ ।  ଦଶହରା ଛୁଟି ପାଇଁ ଗତ ସୋମବାର ନିଜ ଘରକୁ ଆସିଥିଲେ । ଘରେ ପହଞ୍ଚିବା ପରେ ସାଙ୍ଗମାନଙ୍କ ସହ ବାଇକରେ ସହରରୁ ପ୍ରାୟ ୬ କିଲୋମଟର ଦୂରରେ ଥିବା ଢୁଷଗୁଡା ରେତ ଜଳ ସେଚନ କେନାଲକୁ ଗାଧୋଇବା ପାଇଁ ଯାଇଥିଲେ । କିନ୍ତୁ ଗାଧୋଇବା ବେଳେ ପ୍ରଖର ସ୍ରୋତରେ କେନାଲରେ ବୁଡ଼ି ଯାଇଥିବା ସାଙ୍ଗମାନେ କହିଥିଲେ ।  ଅନେକ ଖୋଜାଖୋଜି କଲାପରେ ମଧ୍ୟ ପ୍ରତ୍ୟୁଷଙ୍କ ପତ୍ତା ନପାଇବାରୁ ଶେଷରେ ଓଡରାଫ ଟିମକୁ ଖବର ଦେବା ସହ ପ୍ରତ୍ୟୁଷଙ୍କ ପରିବାରକୁ ମଧ୍ୟ ଖବର ଦେଇଥିଲେ । ଖବର ପାଇ ପରିବାର ଓ ଓଡରାଫ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଅନେକ ଖୋଜାଖୋଜି କଲାପରେ ମଧ୍ୟ କୌଣସି ସନ୍ଧାନ ମିଳି ପାରିନଥିଲା । ଦୀର୍ଘ ୨୦ ଘଣ୍ଟା ଧରି ଓଡ଼ରାଫ ଟିମର ଅପରେସନ ପରେ ଆଜି ଛାତ୍ରଙ୍କ ମୃତଦେହ ଭାସମାନ ଅବସ୍ତାରେ ଉଦ୍ଧାର ହୋଇଥିବା କରାଯାଇଥିଲା । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଛି । ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ପୋଲିସ୍ ଏନେଇ ଏକ ମାମଲା ରୁଜୁ କରିଛି । ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ବୋଲି ପୋଲିସ ସୂଚନା ଦେଇଛି ।
 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.