ବୌଦ୍ଧରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସିଧାପ୍ରସାରଣ, ଚତୁର୍ଦ୍ଦିଗ ହେଲା ଜଗନ୍ନାଥମୟ

By ETV Bharat Odisha Team

Published : Jan 17, 2024, 10:14 PM IST

thumbnail

Live Streaming Of Srimandir Parikrama Project :ବୌଦ୍ଧ: ଆନନ୍ଦ ଉଲ୍ଲାସର ସହିତ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଛି । ଏଥିପାଇଁ ସବୁଠି ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହେବା ସହିତ ଗାଁ ଠାରୁ ସହର ସବୁଠାରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଏଥିପାଇଁ ଚତୁର୍ଦ୍ଦିଗ ଜଗନ୍ନାଥମୟ ହୋଇ ଉଠିଛି । ଏଥିପାଇଁ ଶ୍ରୀକ୍ଷେତ୍ର ପୁରୀ ଠାରୁ ନେଇ ସାରା ରାଜ୍ୟରେ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଛି ।ଏହି ଅବସରରେ ବୌଦ୍ଧ ଜିଲ୍ଲାର ୩ଟି ବ୍ଲକର ସମସ୍ତ ୬୯ ପଞ୍ଚାୟତରେ ଏହି ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପ ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଜିଲ୍ଲା ସଦର ମହକୁମାଠାରେ ଥିବା ସର୍ବ ପ୍ରାଚୀନ ପୀଠ ଶ୍ରୀଜଗନ୍ନାଥ ମନ୍ଦିର ଠାରେ ପୌରାଞ୍ଚଳ ପକ୍ଷରୁ ପୁରୀ ଠାରୁ ସିଧାସଳଖ ସ୍କ୍ରିନ ମାଧ୍ୟମରେ ଏହି ପବିତ୍ର ଲୋକାର୍ପଣ ଉତ୍ସବ ସାଧାରଣ ଶ୍ରଦ୍ଧାଳୁମାନେ ଦେଖିବାର ବ୍ୟବସ୍ଥା କରାଯାଇଥିଲା । ଏହାସହ ସ୍ଥାନୀୟ କଳାକାରମାନେ ଆଧ୍ୟାତ୍ମିକ ନୃତ୍ୟ ସଙ୍ଗୀତ ପରିବେଷଣ କରିଥିଲେ ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.