ବିବାହ ନ କରେଇବାରୁ ବାପାକୁ ହତ୍ୟାକଲା ପୁଅ !

By

Published : May 6, 2023, 10:29 PM IST

thumbnail

ସମ୍ବଲପୁର: ବାପକୁ ହତ୍ୟା କଲା ପୁଅ । ଏମିତି ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର କୁଚିଣ୍ଡାର ତିହାଡିପାଲି ଗାଁରେ ।   ଘଟଣାସ୍ଥଳରେ ସ୍ଥାନୀୟ କୁଚିଣ୍ଡା ପୋଲିସ ପହଞ୍ଚି ତଦନ୍ତ କରି ଅଭିଯୁକ୍ତ ପୁଅକୁ ଅଟକ ରଖିଛି । ସୂଚନାନୁଯାୟୀ ଅଭିଯୁକ୍ତ ପୁଅ ବିକେଶ ନାୟକ ବାପା ପାଖରେ ଦୀର୍ଘ ଦିନହେବ ତାଙ୍କ ବିବାହ କରିବା ପାଇଁ ଜିଦ କରୁଥିଲା । ଘେର ମଧ୍ୟ ଏହକୁ ନେଇ ବାରମ୍ବାର ଗଣ୍ଡଗୋଳ କରି ଆସୁଥିଲା । ହେଲେ ଆଜି ପୁଅ ନିଶାଶକ୍ତ ଅବସ୍ଥାରେ ବାପା ପରମାନନ୍ଦ ନାୟକ ସହିତ ତାର ବାହାଘର କରିବା ପାଇଁ ଜିଦ ଧରି ଗଣ୍ଡଗୋଳ କରିଥିଲା । ଝଗଡା ଅଧିକ ବଢ଼ି ଯିବାରୁ ବାପାକୁ କୋଡିରେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହା ପରେ କୁଚିଣ୍ଡା ପୋଲିସ ଥାନା ଅଧିକାରୀ ଶୋଭାକାର ସେଠ ଘଟଣା ସ୍ଥଳରେ ପହଞ୍ଚି ପୁଅକୁ ଧରିଥିବା ସହ ଘଟଣାର ତଦନ୍ତ ଜାରି ରଖିଛନ୍ତି l


ଇଟିଭି ଭାରତ, ସମ୍ବଲପୁର 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.