Snowfall: ଭୂସ୍ବର୍ଗ କାଶ୍ମୀରରେ ଚଳିତ ବର୍ଷର ପ୍ରଥମ ତୁଷାରପାତ

By ETV Bharat Odisha Team

Published : Oct 17, 2023, 6:40 AM IST

thumbnail

ଶ୍ରୀନଗର: ଶୀତଋତୁର ଆଗମନ ହୋଇଥିବା ବେଳେ ଭୂସ୍ବର୍ଗ କାଶ୍ମୀରରେ ସୋମବାର ସକାଳେ ଆରମ୍ଭ ହୋଇଛି ତୁଷାରପାତ । ଧଳା ଚାଦରରେ ଢାଙ୍କି ହୋଇଛି ପ୍ରକୃତି । କାଶ୍ମୀର ଉପକଣ୍ଠର ଉପରି ଭାଗରେ ବର୍ଷାର ଆଶଙ୍କା ଥିବାରୁ ଦକ୍ଷିଣ କାଶ୍ମୀରର ସୋପିଆନ ଜିଲ୍ଲା ଓ ପୁଞ୍ଚକୁ ଯୋଗାଯୋଗ କରୁଥିବା ପ୍ରାୟ ୧୮୫କିମି ହାଇୱେକୁ ବନ୍ଦ ରଖାଯାଇଛି । ବର୍ଷା, ତୁଷାରପାତ ଯୋଗୁଁ ଏହାକୁ ବନ୍ଦ ରଖାଯାଇଛି । ଉତ୍ତର କାଶ୍ମୀରର ରାଜଦାରରେ ତୁଷାରପାତ ହୋଇଛି । ଏଥିଲାଗି ୮୫ କିମି ବାନ୍ଦିପୋରା-ଗ୍ରିଜ ରାସ୍ତାକୁ ବନ୍ଦ ରଖାଯାଇଛି । ତୁଷାରପାତ ପରେ ରାସ୍ତାରେ ବରଫ ପଡ଼ିଥିବା ଯୋଗୁଁ ଚକା ଖସିଥାଏ । ଏଣୁ ସମ୍ଭାବ୍ୟ ଦୁର୍ଘଟଣାକୁ ଏଡ଼ାଇବା ଲାଗି ଟ୍ରାଫିକ ପୋଲିସ ରାସ୍ତା ବନ୍ଦ ନେଇ ସୂଚନା ଦେଇଛି । ପାଣିପାଗ ବିଭାଗର ସୂଚନା ଅନୁସାରେ ଚଳିତ ବର୍ଷର ପ୍ରଥମ ତୁଷାରପାତ ଅକ୍ଟୋବର ୧୬ ତାରିଖରେ ଦକ୍ଷିଣ କାଶ୍ମୀରର ସୋପିଆନ ଜିଲ୍ଲାର ପାର୍ବତ୍ୟ ଅଞ୍ଚଳରେ ହୋଇଛି ।  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.