କଳାହାଣ୍ଡିରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା, ଭାବବିହ୍ବଳ ହେଲେ ଭକ୍ତ

By

Published : Jun 4, 2023, 7:51 PM IST

thumbnail

ଭବାନୀପଟଣା: ଆଜି ମହାବାହୁଙ୍କ ଦିବ୍ୟ ସ୍ନାନ ଯାତ୍ରା । ଓଡ଼ିଶାରେ ବାର ମାସରେ ତେର ପର୍ବ ହେଉଥିବା ବେଳେ ଶ୍ରୀଜିଉଙ୍କ ପ୍ରତ୍ୟେକଟି ଲୀଳା ଅବର୍ଣ୍ଣନୀୟ । ପ୍ରତ୍ୟେକଟି ପର୍ବରେ ମହାପ୍ରଭୁ ଭକ୍ତଙ୍କ ସହ ମାନବୀୟ ଲିଳା କରିଥାନ୍ତି । ସେହିପରି ଆଜି ହେଉଛି ଦେବସ୍ନାନ ପୂର୍ଣ୍ଣିମା। ପ୍ରଭୁ ଜଗନ୍ନାଥ ଏବଂ ଭକ୍ତମାନଙ୍କ ମଧ୍ୟରେ ଏକ ନିଆରା ପର୍ବ । କଳାହାଣ୍ତିର ଜଗନ୍ନାଥ ମନ୍ଦିରରେ ଦେବ ସ୍ନାନ ପୂର୍ଣ୍ଣିମାରେ ଏକ ବିଶେଷ ନୀତି ଅନୁଷ୍ଠିତ ହୁଏ । ବଡ଼ ଭାଇ ବଳଭଦ୍ର, ମହାପ୍ରଭୁ ଜଗନ୍ନାଥ ଏବଂ ଭଉଣୀ ଦେବୀ ସୁଭଦ୍ରାଙ୍କ ସହ ସୁଦର୍ଶନଙ୍କୁ ସ୍ନାନ ବେଦିକୁ ବିଜେ କରାଯାଏ । ସେଠାରେ ସମସ୍ତ ବିଧି ଅନୁଯାୟୀ ପୂଜାର୍ଚ୍ଚନା ପରେ ୧୦୮ ସୁବାସିତ ଜଳରେ ସ୍ନାନ କରିଛନ୍ତି ମହାବାହୁ । ନିର୍ମାଲ୍ୟ ଶ୍ରୀକ୍ଷେତ୍ର, ସ୍ଥାବର ଶ୍ରୀକ୍ଷେତ୍ର ମନ୍ଦିର ସମେତ ଭବାନୀପାଟଣା, ଜୁନାଗଡ଼ ଧର୍ମଗଡ଼ ଆଦି ଜଗନ୍ନାଥ ମନ୍ଦିରରେ ବେଶ ଧୁମଧାମରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଯାଇଛି । ଏଥିରେ ସହ ସହ ଶ୍ରଦ୍ଧାଳୁ ସାମିଲ ହୋଇ ମାହା ପ୍ରଭୁଙ୍କମାନବ ଲୀଳାର ଦର୍ଶନ କରିବା ସହ ଭାବବିହ୍ବଳ ହୋଇପଡିଛନ୍ତି ।

ଇଟିଭି ଭାରତ, କଳାହାଣ୍ତି

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.