WATCH VIDEO: ଦୁର୍ଲଭ ଗଜାନନ ବେଶରେ ଦର୍ଶନ ଦେଲେ ମହାପ୍ରଭୁ, କୃତ୍ୟ କୃତ୍ୟ ଭକ୍ତ

By

Published : Jun 4, 2023, 9:48 PM IST

thumbnail

ପୁରୀ: ବର୍ଷକ ପରେ ପୁଣି ସେହି ଦିବ୍ୟ ମୁହୂର୍ତ୍ତ ଉପନୀତ ହୋଇଛି । ଦୁର୍ଲଭ ହାତୀବେଶରେ ଦର୍ଶନ ଦେଇଛନ୍ତି ଶ୍ରୀଜିଉ । ସ୍ନାନବେଦୀରେ ଚତୁର୍ଦ୍ଧା ବିଗ୍ରହଙ୍କ ଆକର୍ଷଣୀୟ ବେଶ ଦେଖି ଲାଖି ଯାଇଛି ଭକ୍ତର ଆଖି । ଧନ୍ୟ ହୋଇଛି ଜୀବନ । ପ୍ରବଳ ତାତି ସାଙ୍ଗକୁ ଗୁଳୁଗୁଳି ସାଜିନଥିଲା ବାଧା । ସେହି ସମାନ ଉତ୍ସାହ ସହିତ ଭାବ ବିନୋଦିଆ କାଳିଆକୁ ଦର୍ଶନ ଲାଗି ପହଞ୍ଚିଥିଲେ ଲକ୍ଷ ଲକ୍ଷ ଭକ୍ତ । ଆଉ ଦୁର୍ଲଭ ହାତୀବେଶରେ ଶୋଭା ପାଉଥିବା ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ । ସ୍ନାନବେଦୀରେ ସଜ୍ଜିତ ହେଉଥିବା ତିନି ଠାକୁରଙ୍କ ଏହି ବେଶ ସବୁଠୁ ଆକର୍ଷଣୀୟ ବୋଲି କୁହାଯାଏ । ପରମ୍ପରା ଅନୁଯାୟୀ ଆଜି ସ୍ନାନ ପରେ ଗଜବେଶରେ ସୁସଜ୍ଜିତ ହୋଇଥିଲେ ଚତୁର୍ଦ୍ଧା ମୂର୍ତ୍ତି । କିମ୍ବଦନ୍ତୀ ଅନୁଯାୟୀ ମହାରାଷ୍ଟ୍ରର ବ୍ରାହ୍ମଣ ଗଣପତି ଭଟ୍ଟଙ୍କୁ ଦେଇଥିବା ବରଦାନ ଯୋଗୁଁ ଏହି ଗଜାନନ ବେଶରେ ଶ୍ରୀଜିଉ ଭକ୍ତଙ୍କୁ ପ୍ରତି ବର୍ଷ ଦର୍ଶନ ଦେଇଥାନ୍ତି ।      

ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.