ସିଦ୍ଧ ବଳରାମଜୀଉ ମନ୍ଦିରରେ ଦେବସ୍ନାନ ନୀତି, ସୁନାବେଶରେ ଦର୍ଶନ ଦେଲେ ମହାପ୍ରଭୁ

By

Published : Jun 4, 2023, 10:39 PM IST

thumbnail

ଢେଙ୍କାନାଳ: ଢେଙ୍କାନାଳର ଆରାଧ୍ୟ ଠାକୁର ବଳଦେବଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଉତ୍ସବ ପାଳିତ ହୋଇଛି । ଭୋର ୫:୩୦ ସମୟରେ ପହଣ୍ଡି ଆରମ୍ଭ କରାଯାଇଥିଲା । ଠାକୁରଙ୍କୁ କ୍ଷୀର, ଗୁଡ, ଘିଅ,ଦହି, ମହୁ ଓ ପଇଡରେ ଜଳରେ ସ୍ନାନ କରାଯାଇଥିଲା । ୧୦୮ ଗରାରେ ଠାକୁରଙ୍କୁ ସ୍ନାନ କରାଇଥିଲେ ସେବାୟତ । ଠାକୁରଙ୍କୁ ନୂତନ ବସ୍ତ୍ର ପରିଧାନ କରାଯାଇ ଚନ୍ଦନ ଲାଗି ବେଶ କରାଯାଇଥିଲା । ପରେ ସ୍ନାନ ମନ୍ଦିରରେ ପ୍ରଭୁ ବଳରାମ, ମା’ ସୁଭଦ୍ରାଙ୍କୁ ଏବଂ ପ୍ରଭୁ ଜଗନ୍ନାଥଙ୍କ ସୁନାବେଶ କରାଯାଇଥିଲା । ବିଭିନ୍ନ ପ୍ରକାରର ଫୁଲ ହାର, ତୁଳସୀ ହାର ଲାଗି କରାଯିବା ସହ ବଲ୍ଲଭ ଭୋଗ, ଉଖୁଡା, ପିଠା, ମିଠା ଫଳମୂଳ ଲାଗି କରାଯାଇଥିଲା । ରାତିରେ ଅଣସର ଘରକୁଯିବେ ଠାକୁର । ଠାକୁରଙ୍କ ଦେବସ୍ନାନ ପୂର୍ଣ୍ଣିମା ନୀତି ସମୟରେ ଶତାଧିକ ଶ୍ରଦ୍ଧାଳୁ ଭକ୍ତମାନେ ଠାକୁରଙ୍କ ଦର୍ଶନ କରି ସାନିଧ୍ୟ ଲାଭ କରିଛନ୍ତି । ଅନ୍ୟପଟରେ ଆଜିର ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ମନ୍ଦିରରୁ ଆଜ୍ଞାମାଳ ରଥଖଳାକୁ ଆସିଥାଏ ଏବଂ ପରମ୍ପରା ଅନୁଯାଇ ରଥ ଚକରେ ଅଖ ଲାଗିଥାଏ । 

ଇଟିଭି ଭାରତ, ତେଙ୍କାନାଳ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.