Shreyas Iyer: ଆହତ- ଧୈର୍ଯ୍ୟ- ପ୍ରତ୍ୟାବର୍ତ୍ତନ, ଶ୍ରେୟସ ଆୟରଙ୍କ ଭିଡିଓ ସେୟାର କଲା ବିସିସିଆଇ

By ETV Bharat Odisha Team

Published : Aug 27, 2023, 10:25 PM IST

thumbnail

ବେଙ୍ଗାଲୁରୁ: ଆସନ୍ତା ୩୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଏସିଆ କପ୍‌ ୨୦୨୩ । ଏଥିପାଇଁ ବହୁ ମାନସମନ୍ଥନ ପରେ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ । ତେବେ ଆହତଜନିତ ସମସ୍ୟା ପାଇଁ ଦୀର୍ଘଦିନରୁ ଦଳରୁ ବାହାରେ ରହିଥିବା ମଧ୍ୟକ୍ରମ ବ୍ୟାଟର ଶ୍ରେୟସ ଆୟର ଓ ୱିକେଟକିପର ବ୍ୟାଟର କେଏଲ୍‌ ରାହୁଲଙ୍କୁ ଏହି ଦଳରେ ସାମିଲ କରାଯାଇଛି । ରାହୁଲ ଯଦିଓ ସମ୍ପୂର୍ଣ୍ଣ ଫିଟ୍‌ ହୋଇନାହାନ୍ତି, ସେଥିପାଇଁ ସଞ୍ଜୁ ସାମ୍‌ସନ୍‌ଙ୍କୁ ଷ୍ଟାଣ୍ଡବାଇରେ ରଖାଯାଇଛି । ହେଲେ ଶ୍ରେୟସ ଆୟର କିନ୍ତୁ ଏବେ ସମ୍ପୂର୍ଣ୍ଣ ଫିଟ୍‌ । ତେବେ ଦୀର୍ଘଦିନରୁ ବେଙ୍ଗାଲୁରୁସ୍ଥିତ ଏନ୍‌ସିଏରେ ପୁନଃ ଥଇଥାନ ଦେଇ ଗତି କରିବା ପରେ ଏବେ ଆୟର ସମ୍ପୂର୍ଣ୍ଣ ଫିଟ୍‌ ହୋଇଛନ୍ତି ଏବଂ ଭାରତୀୟ ଦଳରେ ମଧ୍ୟ ସେ ଏସିଆ କପ୍‌ ଆରମ୍ଭରୁ ଯୋଗଦେବେ । ଏହାପୂର୍ବରୁ ସାଥି ଖେଳାଳିଙ୍କ ସହ ସେ ଏନ୍‌ସିଏ କ୍ୟାମ୍ପ୍‌ରେ ମଧ୍ୟ ଯୋଗ ଦେଇଛନ୍ତି । ଏହାରି ମଧ୍ୟରେ ଆୟରଙ୍କର ଏକ ଭିଡିଓ ସେୟାର କରିଛି ବିସିସିଆଇ । ଏଥିରେ ପୁନଃ ଥଇଥାନ ବେଳେ ଶୀଘ୍ର ରିକଭେରିରେ ତାଙ୍କୁ କିପରି ଏନ୍‌ସିଏ ପ୍ରଶିକ୍ଷକ ରଜନୀ ଓ ନୀତିନ ପଟେଲ ସହାୟକ ହୋଇଥିଲେ ଏବଂ ଆହତ ହେବା ଦିନରୁ ସମ୍ପୂର୍ଣ୍ଣ ଫିଟ୍‌ ହେବାଯାଏଁ ଏହି କଷ୍ଟଦାୟକ ଯାତ୍ରାର ଅଭିଜ୍ଞତା ପ୍ରକାଶ କରିଛନ୍ତି ଆୟର ।    

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.