ଓଡ଼ିଶା ଆସିଲେ ବଲିଉଡ଼ ଅଭିନେତ୍ରୀ ଶିଳ୍ପା ସେଠୀ, କହିଲେ ଆପଣମାନେ ଖୁସି ତ

By

Published : Apr 22, 2023, 12:42 PM IST

thumbnail

ଭୁବନେଶ୍ବର: ଓଡ଼ିଶା ବୁଲିଲେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଠୀ । ଭୁବନେଶ୍ୱରର ଏକ ଜୁଏଲର୍ସ ସୋ' ରୁମକୁ ଉଦଘାଟନ କରିବା ପାଇଁ ସେ ଶୁକ୍ରବାର ଦିନ ଓଡ଼ିଶା ଆସିଥିଲେ । ତେବେ ସବୁଠାରୁ ଖୁସିର ବିଷୟ ଯେ, ସେ ଭୁବନେଶ୍ବରରେ ଲୋକମାନଙ୍କ ସହ ଓଡ଼ିଆରେ କଥା ହୋଇଥିଲେ । ଆପଣମାନେ ଖୁସି ତ ବୋଲି ପ୍ରଶ୍ନ କରିବା ସହ ମୁଁ ବି ଖୁସି ବୋଲି ଉତ୍ତର ଦେଇଥିଲେ । ଅଭିନେତ୍ରୀ କହିଥିଲେ, ''ମୁଁ ବହୁ ପୂର୍ବରୁ ଓଡ଼ିଶା ଆସି ପୁରୀ ଯାଇଥିଲି । ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରି ମୋତେ ବହୁତ ଖୁସି ଲାଗିଥିଲା । ଏବେ ପୁଣି ଓଡ଼ିଶା ଆସି ମୋତେ ଖୁବ୍ ଖୁସି ଲାଗୁଛି ।  ମନ୍ଦିର ଯିବା ମୋର ଭାରି ପସନ୍ଦ । ତେଣୁ ଆଜି ମୁଁ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବି । ମେର ନାମ ଶିଳ୍ପା ଏବଂ ଓଡିଶାର କାରୁକାର୍ଯ୍ୟ ବହୁତ ପ୍ରସିଦ୍ଧ । ମୁଁ ପୂର୍ବରୁ ବୁଦ୍ଧ ଏବଂ ପ୍ରଭୁ ଗଣେଶଙ୍କ ଦୁଇଟି ପ୍ରତିମୂର୍ତ୍ତି କିଣିଛି ।'' ଓଡ଼ିଶା ମୋତେ ଭଲ ଲାଗେ କହିଛନ୍ତି ବଲିଉଡ ଷ୍ଟାର ଶିଳ୍ପା ସେଠୀ ।  

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.