ବିଦ୍ୟାଳୟ ପରିସରରେ ଭାଲୁ, ଯନ୍ତା ପକାଇ ବସିଛି ବନବିଭାଗ

By

Published : Jul 26, 2023, 6:52 PM IST

thumbnail

ନବରଙ୍ଗପୁର: ଭାଲୁ ଧରିବା ପାଇଁ ବନବିଭାର ପକ୍ଷରୁ ଚଲିଛି କସରତ । ଯନ୍ତା ପକାଇ ବସିଛି ବନବିଭାଗ । ସୂଚନା ଅନୁଯାୟୀ, ନବରଙ୍ଗପୁର ନନ୍ଦାହାଣ୍ଡି ବ୍ଲକ ଦହଣା ସଦାଶିବ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଏକ ମା' ଭାଲୁ ସହ ଦୁଇଟି ଭାଲୁ ଛୁଆଙ୍କୁ ଦେଖିବାକୁ ପାଇଥିଲେ ଗ୍ରାମବାସୀ । ଗ୍ରାମରେ ଭାଲୁ ବୁଲୁଥିବା ଖବର ପାଇ ବନବିଭାଗର ସ୍ୱତନ୍ତ୍ର ବନ୍ୟଜନ୍ତୁ ଉଦ୍ଧାରକାରୀ ଟିମ୍‌ ସଙ୍ଗେସଙ୍ଗେ ଘଟଣା ସ୍ଥଳରେ ପହଞ୍ଚି ଭାଲୁର ଗତିବିଧି ଉପରେ ନଜର ରଖିଥିଲେ । କିଭଳି ଭାଲୁକୁ ସୁରକ୍ଷିତ ଭାବେ ସ୍କୁଲ୍‌ ପରିସରଠୁ ବାହାରକୁ ବାହାର କରାଯିବ ସେନେଇ ସତର୍କତାର ସହ ପଦକ୍ଷେପ ନେଇଥିଲେ । ଏହାପରେ ଗତକାଲି (ମଙ୍ଗଳବାର) ସନ୍ଧ୍ୟା ସମୟରେ ମା ଭାଲୁଟି ନିଜ ଦୁଇ ଛୁଆ ସହିତ ବାହାରକୁ ବାହାରିଥିଲା । ଯାହାପରେ ସ୍କୁଲକୁ ପୁନର୍ବାର ଫେରିବା ଆଶାରେ ସ୍କୁଲ ପରିସରର ବିଭିନ୍ନ ସ୍ଥାନରେ ତିନୋଟି ଯନ୍ତା ପକାଇ ସାରା ରାତି ଉଜାଗର ରହି ଭାଲୁ ଧରିବା ପାଇଁ ଅପେକ୍ଷା କରିଥିଲା ବନବିଭାଗ । ଆଜି ମଧ୍ୟ ବନବିଭାଗ ଟିମ୍‌ ସଜାଗ ହୋଇ ସ୍କୁଲ ପରିସରରେ ଜଗି ରହିଛନ୍ତି । ଭାଲୁକୁ ସୁରକ୍ଷିତ ସ୍ଥାନାନ୍ତର ନକରିବା ପର୍ଯ୍ୟନ୍ତ ସ୍କୁଲରେ ରହିବା ନେଇ ସୂଚନା ଦେଇଛନ୍ତି ବନବିଭାଗ ଟିମ୍‌ । ଅପରପକ୍ଷରେ ବନବିଭାଗର ଟିମ୍‌ ସ୍କୁଲରେ ଉପସ୍ଥିତ ରହିଥିବାରୁ ସ୍କୁଲ ଛାତ୍ରଛାତ୍ରୀ ନିର୍ଭୟରେ ସ୍କୁଲରେ ପାଠ ପଢ଼ୁଥିବା କହିଛନ୍ତି ସ୍କୁଲ ପ୍ରଧାନଶିକ୍ଷକ ।
ଅଧିକ ପଢ଼ନ୍ତୁ: ସ୍କୁଲରେ ପଶିଲା ଭାଲୁ, ବନ୍ଦ ରହିଲା ପାଠପଢା

ଇଟିଭି ଭାରତ, ନବରଙ୍ଗପୁର 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.