World Environment Day: ବାଲୁକା ଚିତ୍ରକଳାରେ ପ୍ଲାଷ୍ଟିକ ପ୍ରଦୂଷଣ ରୋକିବା ନେଇ ସଚେତନତା ବାର୍ତ୍ତା

By

Published : Jun 5, 2023, 9:31 AM IST

thumbnail

ପୁରୀ: ଆଜି ବିଶ୍ବ ପରିବେଶ ଦିବସ । ପ୍ରତିବର୍ଷ ଜୁନ୍‌ ମାସ ୫ ତାରିଖ ଦିନ ଏହି ଦିବସ ପାଳନ କରାଯାଇଥାଏ । ଏହି ଦିବସ ପାଳନ କରିବାର ମୁଖ୍ୟ କାରଣ ହେଉଛି ଲୋକଙ୍କୁ ପରିବେଶ ବିଷୟରେ ଅବଗତ କରାଇବା । ତେବେ ଏହି ଅବସରରେ ବିଶିଷ୍ଟ ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଜର ବାଲୁକା କଳା ମାଧ୍ୟମରେ ପ୍ଲାଷ୍ଟିକ ପ୍ରଦୂଷଣ ନେଇ ଲୋକଙ୍କୁ ସଚେତନ କରାଇଛନ୍ତି । ପୁରୀ ବେଳାଭୂମିରେ ଅଲିଭ ରିଡଲେ କଇଁଛର ଏକ ପ୍ରତିକୃତି ବାଲିରେ କରିଛନ୍ତି । ତେବେ ସବୁଠୁ ନିଆରା କଥା ହେଉଛି ଏହି ବାଲୁକା ଚିତ୍ର କଳାରେ 2320ଟି ପ୍ଲାଷ୍ଟିକ ବୋତଲ ବ୍ୟବହାର କରାଯାଇଛି ।

ଏହି ବାଲୁକା କଳା ମାଧ୍ୟମରେ ସୁଦର୍ଶନ ପଟ୍ଟନାୟକ ବାର୍ତ୍ତା ଦେଇଛନ୍ତି ଯେ, ପ୍ଲାଷ୍ଟିକ ପ୍ରଦୂଷଣ ଏବେ ସାରା ବିଶ୍ଵରେ ଭୟଙ୍କର ସମସ୍ୟା ଭାବେ ମୁଣ୍ଡ ଟେକିଛି । ପ୍ଲାଷ୍ଟିକ ପଦାର୍ଥ ମଣିଷ ବ୍ୟବହାର କରିବା ପରେ ଏଣେତେଣେ ଫିଙ୍ଗି ଦେଉଛନ୍ତି । ଯାହାକି ପରବର୍ତ୍ତୀ ସମୟରେ ଏହି ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ସମୁଦ୍ର, ନଦୀ, ନାଳରେ ପହଞ୍ଚି ଜଳକୁ ପ୍ରଦୂଷିତ କରଛି । ସମୁଦ୍ରରେ ହଜାର ହଜାର ଜଳ ଜୀବ ଏହି ମାରାତ୍ମକ ପ୍ଲାଷ୍ଟିକ ପ୍ରଦୂଷଣର ଶିକାର ହୋଇ ଜୀବନ ଯାଉଛି । ତେବେ ବିରଳ ଅଲିଭ ରିଡଲେ କଇଁଛର ଜୀବନ ମଧ୍ୟ ଏବେ ଏହି ପ୍ଲାଷ୍ଟିକ ପ୍ରଦୂଷଣ ଯୋଗୁଁ ବିପଦରେ । ଏଣୁ ସମସ୍ତେ ପ୍ଲାଷ୍ଟିକ ପଦାର୍ଥ ବ୍ୟବହାର ବନ୍ଦ କରି ପାରମ୍ପରିକ ପ୍ରାକୃତିକ ଜିନିଷ ଯେପରିକି ମାଟି ତିଆରି ସାମଗ୍ରୀ, କାଗଜ ଓ ସୂତା କପଡ଼ାରୁ ତିଆରି ବ୍ୟାଗ୍‌ ବ୍ୟବହାର କରିବାକୁ ସାରା ବିଶ୍ଵବାସୀଙ୍କୁ ବାଲୁକା କଳାରେ ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି । ପୁରୀ ନିଳାଦ୍ରୀ ବିଚ୍‌ରେ ଏହି ବାଲୁକା ଚିତ୍ରକଳା କରାଯାଇଥିବା ବେଳେ ପ୍ରତିବର୍ଷ ବିଶ୍ୱ ପରିବେଶ ଦିବସ ଅବସରରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ମାଧ୍ୟମରେ ସାରା ବିଶ୍ଵବାସୀଙ୍କୁ ପରିବେଶ ସୁରକ୍ଷା ବାର୍ତ୍ତା ଦେଇ ଆସୁଛନ୍ତି । 


ଇଟିଭି ଭାରତ, ପୁରୀ 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.