ବିଭିନ୍ନ ରାଷ୍ଟ୍ରମୁଖ୍ୟଙ୍କୁ ସ୍ବାଗତ ପୂର୍ବକ ଜି-20 ବିଶାଳ ଲୋଗୋ ନିର୍ମାଣ କଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

By ETV Bharat Odisha Team

Published : Sep 8, 2023, 10:43 PM IST

thumbnail

ପୁରୀ: ସେପ୍ଟେମ୍ବର 9 ଓ 10ତାରିଖରେ ଦିଲ୍ଲୀରେ ଆୟୋଜନ ହେଉଛି ଜି-20 ଶିଖର ସମ୍ମିଳନୀ । କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଭାରତ ସରକାର ବ୍ୟାପକ ଆୟୋଜନ କରିଛନ୍ତି । 15ଟି ଦେଶର ରାଷ୍ଟ୍ରମୁଖ୍ୟଙ୍କୁ ଭବ୍ୟ ସ୍ବାଗତ କରିଛି ଭାରତ । ତେବେ ଏହି ଜି-20 ସମ୍ମିଳନୀ ଆରମ୍ଭ ହେବା ପୂର୍ବରୁ ଏଥିରେ ସାମିଲ ହୋଇଥିବା ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟଙ୍କୁ ବାଲୁକା ଚିତ୍ରକଳା ମାଧ୍ୟମରେ ସ୍ବାଗତ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । 

ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ  କହିଛନ୍ତି, "ପ୍ରଥମ ଥର ଭାରତ ଏହି ବିଶାଳ ସମ୍ମିଳନୀ ଅୟୋଜନ କରୁଛି । ଭାରତର ତଥା ଜି20ର ସମସ୍ତ ରାଷ୍ଟ୍ରମୁଖ୍ୟଙ୍କୁ ଏହି ବିଶାଳ ବାଲୁକା କାଳା ମଧ୍ୟମରେ ଆଭିନ୍ଦନ ଜଣାଉଛି । 150 ଫୁଟ ଲମ୍ବ ଏବଂ 50 ଫୁଟ ଓସାରର ଏକ ବିଶାଳ ଜି-20 ଲୋଗୋ ତିଆରି ହୋଇଛି । ଏହା ବିଶ୍ଵର ସବୁଠାରୁ ବଡ଼ ବାଲୁକା କଳା ଲୋଗୋ ।" 

ଏହା ମଧ୍ୟ ପଢନ୍ତୁ...G-20: ପ୍ରାଞ୍ଜଳ ହିନ୍ଦୀ କହିଲେ ବିଦେଶୀ ଅତିଥି, ପ୍ରଶଂସାରେ ଶତମୁଖ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ଏହାକୁ ବେଶ ଆକର୍ଷଣୀୟ ଢଙ୍ଗରେ ପୁରୀର ବ୍ଲୁ ଫ୍ଲାଗ୍‌ ବିଚ୍‌ରେ ତିଆରି କରିଛନ୍ତି । ତେବେ ଏହି ବିଶାଳ ଜି-20 ଲୋଗୋ ଦେଖିବା ପାଇଁ ବେଳାଭୂମିରେ ଶାତାଧିକ ଲୋକଙ୍କ ସମାଗମ ହୋଇଛି । 

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.