ବିଶ୍ବକପ ପାଇଁ ଟିମ୍ ଇଣ୍ଡିଆକୁ ଚିଅର ଅପ୍, ବିଶ୍ବର ଛୋଟ ବ୍ୟାଟ ପ୍ରସ୍ତୁତ କଲେ ବାଲୁକାଶିଳ୍ପୀ

By ETV Bharat Odisha Team

Published : Nov 19, 2023, 6:42 AM IST

thumbnail

ବ୍ରହ୍ମପୁର: ଆସନ୍ତାକାଲି ଦେଶର ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ବିଶ୍ବକପ୍ 2023 ଫାଇନାଲ୍ ମ୍ୟାଚ୍ । ଯାହାକୁ ନେଇ ଟିମ୍ ଇଣ୍ଡିଆକୁ ସାରା ଦେଶରେ ଚିଅର ଅପ୍ କରାଯାଉଛି । ଏଭଳି ସମୟରେ ବିଶ୍ବର ସବୁ ଛୋଟ ବ୍ୟାଟ ପ୍ରସ୍ତୁତ କରିଛନ୍ତି ବ୍ରହ୍ମପୁର ସହରର ଯୁବ ବାଲୁକାଶିଳ୍ପୀ ସତ୍ୟ ମହାରଣା । ସତ୍ୟ କାଠ ସାହାଯ୍ୟରେ ପ୍ରସ୍ତୁତ କରିଛନ୍ତି ବିଶ୍ଵର ସବୁଠାରୁ ଛୋଟ କ୍ରିକେଟ୍ ବ୍ୟାଟ । ଯାହାର ଲମ୍ବ ରହିଛି ମାତ୍ର ୧ ମିଲିମିଟର । ଯାହାକୁ କରିବାକୁ ସତ୍ୟଙ୍କୁ ୭ ମିନିଟ ସମୟ ଲାଗିଥିବାବେଳେ ବିଶ୍ୱର ସବୁଠାରୁ ଛୋଟ କ୍ରିକେଟ୍ ବ୍ୟାଟ ତିଆରି କରି ସେ ଏହାରି ମାଧ୍ୟମରେ ଟିମ୍ ଇଣ୍ଡିଆକୁ ଶୁଭେଛା ଜଣାଇବା ସହ ଏଥର ବିଶ୍ଵକପର ବିଜେତା 'ଇଣ୍ଡିଆ ଟିମ୍' ହେବ ବୋଲି ଆଶା ରଖିଛନ୍ତି । 

ଏହା ବି ପଢନ୍ତୁ...ବିଶ୍ବକପ୍‌ ୨୦୨୩: ଆସନ୍ତାକାଲି ଫାଇନାଲ୍‌ ଫାଇଟ୍‌, ଟିମ୍‌ ଇଣ୍ଡିଆକୁ ଚିଅର୍‌ ଅପ୍‌ କଲେ ଫ୍ୟାନ୍ସ

ସେହିପରି ସତ୍ୟ ମଧ୍ୟ ସାଣ୍ଡ ଆନିମେସନ ମାଧ୍ୟମରେ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି । ଆସନ୍ତାକାଲି 'ବିଶ୍ବକପ୍ -2023' ଫାଇନାଲ ମ୍ୟାଚ୍ ପାଇଁ ଦିଲ୍ଲୀରୁ ପଲ୍ଲୀ ଲୋକଙ୍କ ମଧ୍ୟରେ ଉତ୍ସାହ ବଢୁଛି । ସାରା ଦେଶରେ କ୍ରିକେଟ୍ ଫିଭର ଦେଖିବାକୁ ମିଳିଥିବାବେଳେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ଏହି ହାଇପ୍ରୋଫାଇଲ ଫାଇନାଲ ମ୍ୟାଚ୍ ।
 

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.