ସାବଧାନ ନାବାଳକ ଗାଡି ଚାଳକ, କଟକରେ ସ୍ପେଶାଲ ଡ୍ରାଇଭ ଆରମ୍ଭ

By

Published : Jul 20, 2023, 9:48 AM IST

thumbnail

କଟକ: ସିଲଭର ସିଟିରେ ଆରମ୍ଭ ହୋଇଛି ସ୍ପେଶାଲ ଡ୍ରାଇଭ । ଲାଇସେନ୍ସ ନଥିଲେ, ବିନା ହେଲମେଟରେ ଗାଡି ଚଳାଇଲେ କରୁଛି ଚାଲାଣ । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଏହି ସ୍ପେଶାଲ ଡ୍ରାଇଭ ଚାଲିବ । କଟକ ସହରର ବିଭିନ୍ନ ସ୍ଥାନରେ ଏହି ସ୍ପେସିଆଲ ଡ୍ରାଇଭ ଚାଲିଛି । ବିଶେଷ କରି ନାବାଳକ ନାବାଳିକା ଚାଳକ ମାନଙ୍କ ଉପରେ ରହିବ ତୀକ୍ଷ୍ଣ ନଜର ରଖାଯାଇଛି । ଗାଡ଼ି ଚାଳକର ଲାଇସେନ୍ସ ସହିତ ଆବଶ୍ୟକୀୟ କାଗଜ ପତ୍ର ଯାଞ୍ଚ କରାଯାଉଛି । ଏହି ପରିପ୍ରେକ୍ଷୀରେ କଟକ ବାରବାଟି ଷ୍ଟାଡିୟମ ନିକଟରେ ପରିବହନ ବିଭାଗ ଅଧିକାରୀ ସଞ୍ଜୟ କୁମାର ବେହେରାଙ୍କ ଉପସ୍ଥିତିରେ ସ୍ୱତନ୍ତ୍ର ଡ୍ରାଇଭ କରାଯାଇଛି ।

ନାବାଳକ ଗାଡ଼ି ଚାଳକ ମାନଙ୍କ ଠାରୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଫାଇନ ଆଦାୟ କରାଯିବା ସହିତ ସେମାନଙ୍କ ଲାଇସେନ୍ସ ୨୫ବର୍ଷ ପର୍ଯ୍ୟନ୍ତ ରଦ୍ଦ କରାଯିବ ବୋଲି ସୂଚନା ଦେଇଛନ୍ତି ପରିବହନ ବିଭାଗ ଅଧିକାରୀ ସଞ୍ଜୟ କୁମାର ବେହେରା । ଆରଟିଓଙ୍କ ଉପସ୍ଥିତିରେ 18 ବର୍ଷରୁ କମ ଗାଡିଚାଳକଙ୍କ ଉପରେ ଚଢ଼ାଉ କରଯାଇଛି । ଯିଏ ଯେତେ କାରଣ ଦର୍ଶାଇ ଥିଲେ ବି ଶୁଣିନଥିଲେ ପରିବହନ ଅଧିକାରୀ । ବାରବାଟୀ ଷ୍ଟାଡିୟମ ନିକଟ ରାସ୍ତାରୁ ଆରଟିଓ ସ୍କ୍ବାଡ 13 ଜଣଙ୍କୁ ଧରି ଗାଡି ଜବତ କରିଛନ୍ତି । ଏଥି ସହିତ ସେମାନଙ୍କଠୁ 3ଲକ୍ଷ 25 ହଜାର ଫାଇନ କରିଛନ୍ତି ।

ଇଟିଭି ଭାରତ, କଟକ 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.