G7 Summit: ନମସ୍ତେ କହି ଭାରତୀୟଙ୍କୁ ସ୍ବାଗତ କଲା ରୋବଟ 'କୋକି'

By

Published : May 20, 2023, 4:19 PM IST

thumbnail

ଟୋକିଓ: ଅତ୍ୟାଧୁନିକ ଜ୍ଞାନକୌଶଳ ଓ ବିଜ୍ଞାନ ପ୍ରଯୁକ୍ତିବିଦ୍ୟା ଲାଗି ଜାପାନ ବିଶ୍ବସ୍ତରରେ ବେଶ ଖ୍ୟାତି ଅର୍ଜନ କରିଛି । ତେବେ ଜାପାନରେ ଆୟୋଜିତ ଜି-୭ ଶିଖର ସମ୍ମିଳନୀରେ ଭାରତ ସ୍ବତନ୍ତ୍ର ଭାବେ ନିମନ୍ତ୍ରିତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅତିଥି ଭାବେ ଏହି ସମ୍ମିଳନୀରେ ଯୋଗଦେଇଛନ୍ତି । ଏହି ସମ୍ମିଳନୀରେ ଜାପାନୀ ସଂସ୍କୃତିର ଝଲକ ସହିତ ଅନେକ ଅତ୍ୟାଧୁନିକ ଜ୍ଞାନକୌଶଳ ସଭିଙ୍କୁ ବେଶ ଆକୃଷ୍ଟ କରିଛି । ଏଠାରେ ଭାରତୀୟଙ୍କ ଧ୍ୟାନ ଆକର୍ଷଣ କରିଛି ଏକ ରୋବଟ 'କୋକି' । ଯିଏକି ଭାରତୀୟଙ୍କୁ 'ନମସ୍ତେ' କରିବା ସହିତ ଭାରତୀୟଙ୍କୁ ଜାପାନ ଭ୍ରମଣ ଲାଗି ନିମନ୍ତ୍ରିତ ମଧ୍ୟ କରିଛି । ଭାରତୀୟମାନେ ଜାପାନକୁ ଯାଇ ଜାପାନୀ ସଂସ୍କୃତି ବିଷୟରେ ଅବଗତ ହୁଅନ୍ତୁ ବୋଲି ଏହି ରୋବଟଟି କହିଛି । ଏହି କାର୍ଯ୍ୟକ୍ରମରେ କିଛି ରୋବଟ ଅତିଥିଙ୍କୁ ସ୍ବାଗତ କରିବା ଲାଗି ନିୟୋଜିତ ହୋଇଥିବା ବେଳେ ଆଉ କିଛି ରୋବଟ ସିକ୍ୟୁରିଟି ପାଇଁ ମଧ୍ୟ କାର୍ଯ୍ୟ କରୁଛନ୍ତି । ବିଭିନ୍ନ ପ୍ରକାର ଆକର୍ଷଣୀୟ ରୋବଟ ସମସ୍ତଙ୍କ ଧ୍ୟାନ କେନ୍ଦ୍ରିତ କରିଛି ।  

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.