ବୁଢୀ ଠାକୁରାଣୀଙ୍କ ଆଳତୀ ସମୟରେ ମା'ଙ୍କର ହୋଇଥାଏ ସ୍ୱତନ୍ତ୍ର ସେବା, ଜମିଥାଏ ଗହଳି

By

Published : Apr 29, 2023, 10:00 AM IST

thumbnail

ବ୍ରହ୍ମପୁର: ମା' ବୁଢୀ ଠାକୁରାଣୀଙ୍କ ମହିମା ଅପାର । ମା'ଙ୍କ କରୁଣା ଲାଭ କରିବା ପାଇଁ କାହିଁ କେତେ ଦୂରରୁ ଭକ୍ତଙ୍କ ସୁଅ ଛୁଟିଥାଏ । ମା'ଙ୍କ ମଙ୍ଗଳ ଆଳତୀ ଦର୍ଶନ କରିବା ପାଇଁ ଭୋର ସମୟରୁ ଅପେକ୍ଷା କରି ରହିଥାନ୍ତି ଭକ୍ତମାନେ । ମଧ୍ୟରାତ୍ରରେ ମା'ଙ୍କୁ ଭକ୍ତମାନେ ରାତ୍ର ୧ଟା ପରେ ଦର୍ଶନ ବନ୍ଦ ରହିବା ପରେ ଭୋର ସକାଳ ୩ଟା ସମୟରେ ହୋଇଥାଏ ମଙ୍ଗଳ ଆଳତୀ । ପହଡ ଫିଟିବା ପୂର୍ବରୁ ଏହି ସମୟରେ ସହରର ବଡବଜାର ଅଞ୍ଚଳରେ ରହିଥିବା ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଓ ଯୁବ ଗୋଷ୍ଠୀ ମଧ୍ୟରାତ୍ରରେ ମା'ଙ୍କ ଅସ୍ଥାୟୀ ପୀଠରେ କରିଥାନ୍ତି ସ୍ୱତନ୍ତ୍ର ସେବା । ଅସ୍ଥାୟୀ ମନ୍ଦିରକୁ ଧୋଇବା ସହିତ ମା'ଙ୍କ ପୀଠରେ ମୁରୁଜରେ ଝୋଟି ପକାଇଥାନ୍ତି । ଏହାସହ ଭୋର ସମୟରେ ମା'ଙ୍କୁ ଧୂପ, ଦୀପ, ନୈବେଦ୍ୟ ପ୍ରଦାନ କରିବା ପରେ ପାରମ୍ପାରିକ ରୀତିନୀତିରେ ମଙ୍ଗଳ ଆଳତୀ କରାଯାଇଥାଏ । କୁହାଯାଏ ଅସ୍ଥାୟୀ ମଣ୍ଡପରେ ମା'ଙ୍କ ଆଳତୀ ଦର୍ଶନ ଭାଗ୍ୟରେ ଥିଲେ ମିଳେ । ମା'ଙ୍କ ମଙ୍ଗଳ ଆଳତୀ ବିଷୟରେ ଯୁବଗୋଷ୍ଠୀ ଏବଂ ବ୍ୟବସାୟିକ ସଂଘ କର୍ମକର୍ତ୍ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ସମ୍ୱାଦଦାତା ସମୀର ଆଚାର୍ଯ୍ୟ ।

ଇଟିଭି ଭାରତ, ବ୍ରହ୍ମପୁର
 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.