ପ୍ରିୟଙ୍କା ଗାନ୍ଧୀଙ୍କ ଇଏ ବି ଏକ ଅନ୍ଦାଜ, ନିର୍ବାଚନୀ ରାଲିରେ ଆଖି ମାରିଲେ

By ETV Bharat Odisha Team

Published : Oct 13, 2023, 10:31 AM IST

thumbnail

ଭୋପାଳ: ଆଖି ମାରିଲେ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ମଧ୍ୟପ୍ରଦେଶର ମଣ୍ଡଳ ଗସ୍ତ କରି ସେଠାରେ ଏକ ନିର୍ବାଚନୀ ରାଲିରେ ସମ୍ବୋଧନ ସମୟରେ ପ୍ରିଯଙ୍କା ଗାନ୍ଧୀ ଆଖି ମାରୁଥିବାରୁ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ମଧ୍ୟପ୍ରଦେଶରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମଣ୍ଡଳ-ଜବଲପୁର ରାସ୍ତା ନିର୍ମାଣକୁ ନେଇ ପ୍ରଶ୍ନ କରିଥିଲେ ପ୍ରିୟଙ୍କା । ଏହି ରାସ୍ତା 10 ବର୍ଷ ହେଲା ନିର୍ମାଣ ଚାଲିଛି, କିନ୍ତୁ ଆଜି ପର୍ଯ୍ୟନ୍ତ କାମ ସମ୍ପୂର୍ଣ୍ଣ ହୋଇନାହିଁ। 4 ଲେନ୍‌ ବିଶିଷ୍ଟ ରାସ୍ତା ନିର୍ମାଣ ହେଉଥିବା ବେଳେ ଏବେ ତାହାକୁ ଦୁଇ ଲେନ୍‌ ବିଶିଷ୍ଟ କରାଯାଇଛି । କିନ୍ତୁ ତାହା ମଧ୍ୟ ସମ୍ପୂର୍ଣ୍ଣ ହୋଇନଥିବା ହଠାତ ସଭା ସ୍ଥଳରେ ଉପସ୍ଥିତ ଥିବା ଜଣେ ଯୁବକ କହିଥିଲେ । ଏହା ଶୁଣିବା ପରେ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ହସିବାକୁ ଲାଗିଲେ । ଏହି ସମୟରେ ସେ ଆଖି ମାରୁଥିବାର ଦୃଶ୍ୟ ଭିଡିଓରେ କଏଦ ହୋଇଥିଲା । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.