ରାଷ୍ଟ୍ରପତିଙ୍କ ସହ ପିଠା ଖାଇଲେ ମାମୁଁ, ନିଜ ବାସଭବନରେ କାଟିଲେ ରାତି

By

Published : May 5, 2023, 4:10 PM IST

thumbnail

ରାଇରଙ୍ଗପୁର: ଭାରତର ମହାମହିମ ରାଷ୍ଟ୍ରପତି ମୟୂରଭଞ୍ଜ ଗସ୍ତରେ ଆସିଥିବା ବେଳେ ରାଇରଙ୍ଗପୁରରେ କାର୍ଯ୍ୟକ୍ରମ ସାରି ରାତିରେ ନିଜ ବାସଭବନରେ ରାତ୍ରିଯାପନ କରିଥିଲେ। ତେବେ ରାତିରେ ପରିବାର ସହ ରାଷ୍ଟ୍ରପତି ରାତ୍ରି ଭୋଜନ କରି ମାଉସୀ, ପିଉସୀ, ଭାଇ ଓ ଭାଉଜଙ୍କ ସହିତ ବ୍ୟକ୍ତିଗତ ଚର୍ଚ୍ଚା କରିଥିଲେ। ତେବେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବାର ଦୀର୍ଘ ଏଗାର ମାସ ପରେ ରାଇରଙ୍ଗପୁର ଆସିଥିବାରୁ ତାଙ୍କ ସହିତ ପରିବାର ବନ୍ଧୁବର୍ଗ ଆତ୍ମୀୟ ସ୍ବଜନ ମିଶିବାର ସୁଯୋଗ ପାଇଥିଲେ । ଏଥିସହ ପରିବାର ଲୋକ ତାଙ୍କ ପାଇଁ ବିଭିନ୍ନ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରିଥିଲେ । ତେବେ ପରିବାର ଲୋକଙ୍କ ସହ ଦ୍ରୌପଦୀ ମୁର୍ମୁ ବିଭିନ୍ନ ପ୍ରକାର ପନିପରିବାରେ ତିଆରି ହୋଇଥିବା ତରକାରୀ ସହିତ ଛତୁ ପିଠା ଖାଇଥିଲେ । ତେବେ ରାତିରେ ନିଜ ଶୟନ କକ୍ଷରେ ରାତ୍ରିଯାପନ କରିଥିଲେ ରାଷ୍ଟ୍ରପତି । କିଛି ଦିନ ପୂର୍ବରୁ ରାଷ୍ଟ୍ରପତିଙ୍କ ଭାଇ ଓ ଭାଉଜ ରାଷ୍ଟ୍ରପତି ଭବନରୁ ରାଇରଙ୍ଗପୁର ନିଜ ବାସଭବନକୁ ପହଞ୍ଚିଥିଲେ । ଏଠାରେ ପହଞ୍ଚି ରାଷ୍ଟ୍ରପତି ଭଉଣୀକୁ ସ୍ଵାଗତ ସତ୍କାର କରିବା ପାଇଁ ବିଭିନ୍ନ ବନ୍ଦୋବସ୍ତ କରିଥିଲେ । ଆଜି ସକାଳୁ ରାଷ୍ଟ୍ରପତି ନିଜ ପରିବାର ବନ୍ଧୁବର୍ଗ ଆତ୍ମୀୟସ୍ବଜନଙ୍କ ଠାରୁ ବିଦାୟ ନେଇ କାର୍ଯ୍ୟସୂଚୀ ଅନୁଯାୟୀ ଶିମିଳିପାଳ ଗସ୍ତରେ ବାହାରି ଥିଲେ।

ଇଟିଭି ଭାରତ, ରାଇରଙ୍ଗପୁର 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.