ପୁଣି ଜନନୀ ଯନ୍ତ୍ରଣା, ଭାରରେ ବୁହା ହେଲେ ଗର୍ଭବତୀ

By

Published : Aug 15, 2023, 9:56 PM IST

thumbnail

କେନ୍ଦୁଝର: ପୁଣି ଭାରରେ ବୁହା ହେଲେ ଜନନୀ । ସରକାର ସବୁ ଗାଁକୁ ସଡକ ସଂଯୋଗ କରିଥିବା ଡିଣ୍ଡିମ ପିଟି ଚାଲିଛନ୍ତି । କିନ୍ତୁ ଆଜିବି ବହୁ ଗାଁକୁ ରାସ୍ତା ନାହିଁ ତ ମୁଖ୍ୟ ରାସ୍ତା ସହ ସଂଯୋଗ ହୋଇ ପାରିନାହିଁ ଗ୍ରାମୀଣ ସଡକ । ଏହା ଫଳରେ ବହୁ ଆଦିବାସୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଭଳି କି ଜନନୀ ଯନ୍ତ୍ରଣା ଭୋଗୁଥିବା ମହିଳାଙ୍କ ପାଇଁ ଭାର ପାଲଟିଛି ମୁଖ୍ୟ ସାହାରା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଂଶପାଳ ବ୍ଲକ ଓଏମସି ଖଣି ଅଞ୍ଚଳର ଉପର ଉରମୁଣ୍ଡା ଗାଁର ତଳ ସାହିରେ । ଉକ୍ତ ଗାଁର ରଇଦାସ ମୁଣ୍ଡାର ସ୍ତ୍ରୀ ଗର୍ଭ ଯନ୍ତ୍ରଣା ହେବାରୁ ଆମ୍ବୁଲାନ୍ସକୁ ଡକାଯାଇଥିଲା । କିନ୍ତୁ ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଗାଁ ନିକଟକୁ ଯାଇ ପାରି ନଥିଲା । ଫଳରେ ପରିବାର ଲୋକେ ପ୍ରାୟ ଦେଢ଼ କିଲୋମିଟର ଗର୍ଭବତୀଙ୍କୁ ଏକ ଭାର ଯୋଗେ ବୋହି ନେଇଥିଲେ । ଏହି ଭାର ଯୋଗେ ନେଇ ତଳ ସାହିରୁ ଉପର ଉରମୁଣ୍ଡାରେ ଥିବା ଆମ୍ବୁଲାନ୍ସ ନିକଟକୁ ନେଇଥିଲେ । ପରେ ଏହି ଆମ୍ବୁଲାନ୍ସ ଗର୍ଭବତୀକୁ ବାଂଶପାଳ ସ୍ଥିତ ଉପ ଚିକିତ୍ସାକେନ୍ଦ୍ରକୁ ନିଆଯାଇଛି । ଏହି ଭାରରେ ବୁହା ହେଇ ଯାଉଥିବା ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରଲ ହେବାରେ ଲାଗିଛି । 

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.